ତାତିରୁ ମିଳିବ ଆଶ୍ୱସ୍ତି: ଭିଜାଇବ କାଳବୈଶାଖି ବର୍ଷା

୯ ସୁଦ୍ଧା ସୃଷ୍ଟି ହେବା ପୁଣି ଏକ ଲଘୁଚାପ

0

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି । ଆସୁଛି ପୁଣି ଏକ ଲଘୁଚାପ । ପୂବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ ସୃଷ୍ଟି ହେବାର ଆକଳନ କରିଛି । ସେହିପରି ଏହା ଦିନେ କିମ୍ବା ୨ ଦିନ ଭିତରେ ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବ । ପରେ ରୂପରେଖ ଏବଂ ପରବର୍ତ୍ତୀ ପ୍ରଭାବ ସମ୍ପର୍କରେ ଜଣାପଡିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ହେଲେ ଏହା ଅଧିକ ଘନୀଭୂତ ହୋଇନପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ ଆସନ୍ତା ୪ ଦିନ ଯାଏ ତାତି ଲାଗି ରହିବ । ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ୯ ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ଉକ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୧୬, ୧୭, ୧୮ ଓ ୧୯ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave a comment