ଆଜିକାଲି ବୈବାହିକ ଜୀବନରେ କାହିଁକି ଆସୁଛି ଧିକାଂଶ ଫାଟ,ଜାଣନ୍ତୁ କଣ କହୁଛନ୍ତି ଗବେଷକ

0

ନିକଟରେ ହୋଇଥିବା ଗବେଷଣା ଅନୁସାରେ ଜଣା ପଡିଛି ଯେ ଭାରତୀୟ ବିବାହ ଗୁଡିକ ରେ ଖୁବ ଶୀଘ୍ର ଫାଟ ସୃଷ୍ଟି ହେଉଛି l ଏହାର ମୁଖ୍ୟ କାରଣ ସାମ୍ନାକୁ ଆସିଥିଲା, ଯେଉଁଥିରେ ଅଧିକାଂଶ ବିବାହ ବିଚ୍ଛେଦ ଓ ଅସନ୍ତୋଷ ର କାରଣ ଥିଲା ଏକ୍ସଟ୍ରା ମାରିଚୁଆଲ ଆଫେୟାର , ଯାହାକି ବିବାହ ପରର ଅବୈଧ ସମ୍ପର୍କ ରଖି ଥିବାର ଦେଖିବାକୁ ମିଳିଥିଲା l ଏଥିରେ ଅନେକ ଗୁଡିଏ କାରଣ ବିଷୟରେ ଜଣା ପଡିଥିଲା ଯାହାକି ଆଜିକାଲିର ସ୍ୱାମୀ-ସ୍ତ୍ରୀ ଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି କରୁଛି l ଆଜିକାଲି ଅଧିକାଂଶ ସ୍ୱାମୀ -ସ୍ତ୍ରୀ ଙ୍କ ସମ୍ପର୍କ ମଧ୍ୟରେ ଅଧିକ ସମୟ ତୃତୀୟ ବ୍ୟକ୍ତି ର ଏଣ୍ଟ୍ରି କୁ ନେଇ ବିଷମ ପରିସ୍ଥିତି ସୃଷ୍ଟି ହେଉଛି l ଯାହା ଉଭୟ ଙ୍କ ମଧ୍ୟରେ ଫାଟ ସୃଷ୍ଟିର ମୁଖ୍ୟ କାରଣ ଅଟେ l

– ଅଧିକାଂଶ ବିବାହ ରେ ଉଭୟ ପୁରୁଷ ଓ ମହିଳାଙ୍କ ଘର ପକ୍ଷରୁ ଅତ୍ୟଧିକ ହସ୍ତକ୍ଷେପ କାରଣରୁ କିମ୍ବା ଉଭୟଙ୍କର ଧନ ସମ୍ପତି କୁ ନେଇ ବିଭିନ୍ନ ଉତେଜନା ସୃଷ୍ଟି ହେଉଛି, ଯାହାକି ଉଭୟଙ୍କ ରାସ୍ତାକୁ ଅଲଗା କରି ଦେଉଛି l – ନଚେତ ବିବାହର କିଛି ବର୍ଷ ପରେ ଉଭୟ ଉଭୟଙ୍କୁ ଆଉ ଅଧିକ ଆଟେନସନ ନଦେବା ଓ ପ୍ରଶଂସା ନକରିବା, ଯାହାର ଇଛା ମହିଳାମାନେ ଅଧିକ ରଖି ଥାଆନ୍ତି l ଏହାକୁ ନେଇ ମଧ୍ୟ ଅଧିକ ମନୋମାଳିନ୍ୟ ଦେଖା ଦେଉଛି ଓ ଫାଟ ସୃଷ୍ଟି ହେଉଛି l

– ଗବେଷକଙ୍କ ମଧ୍ୟରେ ପୂର୍ବରୁ ଶୀଘ୍ର ବିବାହ କାର୍ଯ୍ୟ ହେଉଥିଲା, ଯାହାକି ସମ୍ପର୍କ କୁ ମଜବୁତ କରୁଥିଲା l କିନ୍ତୁ ଆଜିକାଲିର ଶୀଘ୍ର ବିବାହ ହେବା ଦ୍ୱାରା ମାତାପିତା ଖୁବ ଶୀଘ୍ର ଗୋଟିଏ ଦୁଇଟି ସନ୍ତାନକୁ ଜନ୍ମ ଦେବା ପରେ ପରିବାରର ଚାପ ଓ ଦାୟିତ୍ୱ ମୁଣ୍ଡ ଉପରେ ଲଦି ହେଇ ଯାଉଛି l ଯେଉଁ କାରଣରୁ ୩୫-୪୦ ମଧ୍ୟରେ ମନ ଭରି ଯାଉଛି ଓ ଏହା ଅନୈତିକ ସମ୍ପର୍କ ର କାରଣ ହେଉଛି l – ଆଉ ଗୋଟିଏ କାରଣ ହେଉଛି ଇମୋସନାଲ ବଣ୍ଡିଙ୍ଗ, ଯାହା ଆଜିକାଲି ସ୍ୱାମୀ – ସ୍ତ୍ରୀଙ୍କ ନିକଟରେ ଖୁବ କମ ଦେଖିବାକୁ ମିଳୁଛି l ଯେଉଁ କାରଣରୁ ବୈବାହିକ ଜୀବନରେ ତୃତୀୟ ବ୍ୟକ୍ତିର ଏଣ୍ଟ୍ରି ହେଉଛି l – ଆପଷ ବୁଝାମଣା ମଧ୍ୟ ଅଧିକ ଆଜିକାଲି ଦେଖିବାକୁ ମିଳୁନାହିଁ l ଉଭୟ ଉଭୟଙ୍କ ମନ ବୁଝିବାକୁ ଟାଇମ ପାଉ ନାହାନ୍ତି, ଯାହାର ମୁଖ୍ୟ କାରଣ ହେଉଛି ଉଭୟଙ୍କ ବ୍ୟସ୍ତ ବହୁଳ ଜୀବନ l

– ଅବୈଧ ସମ୍ପର୍କ ଅର୍ଥାତ ଏକ୍ସଟ୍ରା ମାରିଚୁଆଲ ଆଫେୟାର ର ଗୋଟିଏ ବଡ଼ କାରଣ ହେଉଛି ଉଭୟଙ୍କ ମଧ୍ୟରେ ଦୂରତା, ନିଜ ଜୀବନକୁ ନେଇ ବ୍ୟସ୍ତ ରହିବା, ଅଧିକ ସମୟ ମୋବାଇଲ ଓ ସୋସିଆଲ ମିଡିଆରେ ବ୍ୟସ୍ତ ରହିବା l ଏହିସବୁ କାରଣକୁ ବିଶେଷ ଭାବରେ ଗବେଷକ ମାନେ ଗୁରୁତ୍ୱ ଦେଇଥିଲେ l

Leave a comment