ପରଫେକ୍ଟ ଲାଇଫ୍‌ ପାର୍ଟନର ହୋଇଥାନ୍ତି ଏହି ୩ ରାଶିର ପୁରୁଷ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସବୁ ଝିଅ ଚାହାଁନ୍ତି ସେମାନଙ୍କ ଜୀବନରେ ଏମିତି ଜଣେ ଜୀ ବନ ସାଥିଙ୍କୁ,ଯିଏ ତାଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଇବା ଦେଉଥିବେ। ଖାଲି ଭଲ ପାଇବା ନୁହେଁ ଢ଼େର ସାରା ସମ୍ମାନ ବି ଦେଉଥିବେ ଏବଂ କିଛି ନ କହି ବି ମନ ଭିତରର କଥା ବୁଝି ପାରୁଥିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମସ୍ତ ଗୁଣ କିଛି ରାଶିର ଯୁବକଙ୍କ ମଧ୍ୟରେ ବି ରହିଛି। ଏମାନଙ୍କୁ ବେଷ୍ଟ ପାର୍ଟନର କୁହାଯାଏ। ତାହେଲେ ଆସନ୍ତୁ ସେହି ୩ ରାଶିର ପୁରୁଷଙ୍କ ବିଷୟରେ ଜାଣିବା, ଯିଏ ଖୁସିରେ ରଖିବା ପାଇଁ ସବୁପ୍ରକାର ଚେଷ୍ଟା କରନ୍ତି। ଆଉ ନିଜ ପ୍ରେମିକା ଏବଂ ଜୀବନସାଥିଙ୍କୁ ବହୁତ ଖୁସିରେ ରଖିଥାନ୍ତି।

ବୃଷ
ବୃଷ ରାଶିର ପୁରୁଷ ନିଜ ଲଭ ପାର୍ଟନରଙ୍କୁ ନେଇ ବହୁତ ଡେଡିକେଟେଡ୍‌ ଥାଆନ୍ତି। ସେମାନେ ସବୁ ପରିସ୍ଥିତିରେ ତାଙ୍କ ସାଥିରେ ଛିଡା ହୁଅନ୍ତି। ଏମାନଙ୍କ ଜୀବନରେ ପ୍ରେମର ବହୁତ ଗୁରୁତ୍ୱ ରହିଥାଏ ଏବଂ ଏଥିପାଇଁ ସେ ନିଜ ପାର୍ଟନର ଏବଂ ସ୍ତ୍ରୀଙ୍କୁ ବହୁତ ସମୟ ଦିଅନ୍ତି। ତାଙ୍କ ଇମୋସନକୁ ଗୁରୁତ୍ୱ ଦେଇ ଖୁବ୍‌ ଧ୍ୟାନ ରଖନ୍ତି। ଏମାନେ ସବୁ ସ୍ପେଶାଲ ଡେରେ ନିଜ ପାର୍ଟନରଙ୍କୁ ସରପ୍ରାଇଜ୍‌ ଦିଅନ୍ତି। ପ୍ରେମକୁ ପରିପ୍ରକାଶ କରିବାକୁ ଭୁଲନ୍ତିନାହିଁ। କେବଳ ଏତିକି ନୁହେଁ ନିଜ ପାର୍ଟନରଙ୍କ ସ୍ୱପ୍ନକୁ ପୂରା କରିବାରେ ତାଙ୍କର ପୂରା ସାଥ୍‌ ଦିଅନ୍ତି।

କର୍କଟ ରାଶିରେ ପୁରୁଷ ବି ବେଷ୍ଟ ପାର୍ଟନର ହୋଇଥାନ୍ତି। ସେ ପ୍ରେମିକ ହୁଅନ୍ତୁ ଅବା ସ୍ୱାମୀ, ସବୁ ପରିସ୍ଥିତିରେ ନିଜ ପାର୍ଟନରଙ୍କର ବହୁତ ଯତ୍ନ ନିଅନ୍ତି। ଏହାସହିତ ତାଙ୍କ ଖୁସି ପାଇଁ ସବୁ କିଛି କରିଥାନ୍ତି। ସେ ସବୁବେଳେ ନିଜ ସମ୍ପର୍କକୁ ଖୁସିରେ ରଖିବା ପାଇଁ ଚେଷ୍ଟା କରନ୍ତି। ଶାନ୍ତ ସ୍ୱଭାବର ହୋଇଥିବା କାରଣରୁ ପାର୍ଟନରଙ୍କ ସହ ଝଗଡା ବହୁତ କମ୍‌ ହୋଇଥାଏ।

ଧନୁ
ଧନୁ ରାଶିର ପୁରୁଷ ବହୁତ କୁଲ୍‌ ସ୍ୱଭାବର ହୋଇଥାନ୍ତି। ସେ ନିଜ ପାର୍ଟନରଙ୍କ ସବୁ ଛୋଟ ବଡ ଖୁସିକୁବହୁତ ଗୁରୁତ୍ୱ ଦିଅନ୍ତି। ସେମାନଙ୍କୁ ପ୍ରେମ ଦେବା ସହିତ ସମ୍ମାନ ବି ଦିଅନ୍ତି। ସବୁ ପରିସ୍ଥିତିରେ ନିଜ ପାର୍ଟନରଙ୍କ ସାଥ୍‌ ଦିଅନ୍ତି। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସବୁ ପ୍ରକାର ସାହାଯ୍ୟ କରନ୍ତି। ଘର ସମ୍ଭାଳିବାରେ ସ୍ତ୍ରୀଙ୍କୁ ବି ସାହାଯ୍ୟ କରନ୍ତି ଏବଂ ପିଲାଙ୍କୁ ବି ସମ୍ଭାଳନ୍ତି।

Leave a comment