ଝାଡୁ ସହ ବାସ୍ତୁଶାସ୍ତ୍ରର ସମ୍ପର୍କ; ଏଥିପାଇଁ ସୂର୍ଯ୍ୟ ଅସ୍ତ ପରେ ଝାଡୁ ନ କରିବାକୁ କରାଯାଇଛି ବାରଣ

0

ଘର ସଫା କରିବା ନିମନ୍ତେ ଝାଡ଼ୁ ଆବଶ୍ୟକ ହୋଇଥାଏ। ଏହା ବିନା ଘର ଦ୍ୱାର ସଫା ସୁତୁରା କରିବା ଯେପରି ଅସମ୍ଭବ। ମାତ୍ର ଏହି ଝାଡ଼ୁ ଘରେ ରଖିବା ଓ ବ୍ୟବହାରରେ କିଛି ନିୟମ ରହିଛି। ଯାହାକୁ ମାନିଲେ ଆପଣଙ୍କ ମଙ୍ଗଳ ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।

ଝାଡ଼ୁକୁ ମା’ଲକ୍ଷ୍ମୀଙ୍କ ରୂପ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଏହାକୁ ସାମନାରେ ନ ରଖି ଲୁଚାଇ ରଖିବା ଉଚିତ।

-ଝାଡ଼ୁକୁ ପଶ୍ଚିମ ଦିଗରେ ଏକ କୋଣରେ ରଖିବା ଉଚିତ। ଏହା ଦ୍ୱାରା ଧନ ହାନି ହୋଇ ନ ଥାଏ।

-ରୋଷେଇ ଘରେ ଝାଡ଼ୁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରର ସଦସ୍ୟମାନଙ୍କର ହେହ ଖରାପ ହୋଇଥାଏ।

-ରାତିରେ ଝାଡ଼ୁକୁ ଘରର ଅଗଣାରେ ରଖିବା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ। ମାତ୍ର ଏହାକୁ ଘର ଅଗଣାରେ କେବଳ ରାତିରେ ହିଁ ରଖାଯାଏ।

-ଶନିବାର ଦିନ ଝାଡ଼ୁକୁ ଘରକୁ କିଣି ଆଣନ୍ତୁ ନାହିଁ। ଏହା ଦ୍ୱାରା ଘରେ ଅଶାନ୍ତି ବଢିଥାଏ। ସୂର୍ଯ୍ୟ ଅସ୍ତ ପରେ ଝାଡ଼ୁ କରନ୍ତୁ ନାହିଁ। ଏହା ଦ୍ୱାରା ଘରେ ଧନ ହାନି ହୋଇଥାଏ।

-ଝାଡ଼ୁ କରିବା ବେଳେ ଏହାକୁ ଗୋଡ଼ରେ ମାରନ୍ତୁ ନାହିଁ, ଏପରି କଲେ ମା’ଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ।

-କୌଣସି ପିଲାଙ୍କୁ କିମ୍ବା ପଶୁଙ୍କୁ ଝାଡ଼ୁରେ ମାରନ୍ତୁ ନାହିଁ, ଏହା ଦ୍ୱାରା ଘରେ ଅଶାନ୍ତି ଲାଗି ରହେ ।

-ଘରର କୌଣସି ବ୍ୟକ୍ତି ବାହାରକୁ ଗଲେ ସଙ୍ଗେ ସଙ୍ଗେ ଝାଡ଼ୁ କରନ୍ତୁ ନାହିଁ, ଏପରି କଲେ କାର୍ୟ୍ୟରେ ସଫଳତା ମିଳେ ନାହିଁ।

-ଝାଡ଼ୁକୁ ଠିଆ କରି ରଖନ୍ତୁ ନାହିଁ, ଏହା ଦ୍ୱାରା ଶତ୍ରୁତା ବଢିଥାଏ।
ପରୁଣା ଘରୁ ନୂଆ ଘରକୁ ଗଲେ ପୁରୁଣା ଝାଡ଼ୁ ସାଙ୍ଗରେ ନିଅନ୍ତୁ ନାହିଁ, ଏପରି କଲେ ଅଶୁଭ ହୋଇଥାଏ।

-ଏହି ସବୁ ନିୟମ ମାନିବା ଦ୍ୱାରା ଶୁଭ ଫଳ ମିଳିଥାଏ ବୋଲି ଆପଣ ନିଜେ ଅନୁଭବ କରି ପାରିବେ।

-ଯଦି କୌଣସି ଝାଡୁକୁ ଧୋଇବାକୁ ଚାହୁଁଛନ୍ତି ତେବେ କେବଳ ପାଣି ଦ୍ୱାରା ହିଁ ଧୁଅନ୍ତୁ। ଅନ୍ୟ କୌଣସି ଦ୍ରବ୍ୟ ବ୍ୟବହାର କରି ଝାଡୁ ଧୁଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରର ସଦସ୍ୟଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

Leave a comment