୧୦ ମୁଖୀ ରୁଦ୍ରାକ୍ଷର ମହତ୍ୱ
୧୦ ମୁଖୀ ରୁଦ୍ରାକ୍ଷ ଉପରେ ଭଗବାନ ବିଷ୍ଣୁଙ୍କ ଆଧିପତ୍ୱ ରହିଥାଏ। ନିର୍ଣ୍ଣୟାସିନ୍ଧୁ, ମନ୍ତ୍ରମହାର୍ଣ୍ଣବ ଓ ଶ୍ରୀମଦ୍ ଭଗବତ୍ ପୁରାଣ ଅନୁସାରେ ୧୦ ମୁଖୀ ରୁଦ୍ରାକ୍ଷକୁ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥିଲା। ରୁଦ୍ରାକ୍ଷ ଜାବାଲୋପନିଷଦ ଅନୁସାରେ ଏହାକୁ ଯମରାଜ ଓ ଦଶ ଦିଗପାଳଙ୍କ ସ୍ୱାମୀଙ୍କ ବରଦାନ ମିଳିଥିଲା। ଏଣୁ ଏହି ଦିବ୍ୟ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ଦଶମୁଖୀ ରୁଦ୍ରାକ୍ଷ ପିନ୍ଧିବାର ଫାଇଦା…
– ଯେଉଁ ଲୋକଙ୍କୁ ଏକଲାପଣ ଯୋଗୁ ଡର ଲାଗୁଛି, ଯେଉଁମାନେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଛନ୍ତି ଓ ଅନିଦ୍ରା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପାଇଁ ୧୦ ମୁଖୀ ରୁଦ୍ରାକ୍ଷ ରାମବାଣ ଭଳି କାମ କରିଥାଏ।
– ନବଗ୍ରହଙ୍କୁ ଶାନ୍ତି ଓ ବାସ୍ତୁ ଦୋଷ ଦୂର କରିବାକୁ ୧୦ ମୁଖୀ ରୁଦ୍ରାକ୍ଷ ପିନ୍ଧନ୍ତୁ।
– କୋର୍ଟ କଚେରୀ ମାମଲାରେ ବିଜୟ ହାସଲ କରିବା ଓ ବେପାରରେ ଉନ୍ନତି ପାଇଁ ୧୦ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଲାଭଦାୟକ ହୋଇଥାଏ।
– ଶତ୍ରୁଙ୍କୁ ବିନାଶ କରିବା ପାଇଁ ୧୦ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ।
– ଯେଉଁମାନେ ଭୂତପ୍ରେତ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ପାଇଁ ୧୦ ମୁଖୀ ରୁଦ୍ରାକ୍ଷ ବରଦାନ ଭଳି କାମ କରେ। ଏହା ପିନ୍ଧିବା ଦ୍ୱାରା ଭୂତପିଶାଚ ପାଖ ମାଡ଼ନ୍ତି ନାହିଁ। ୧୦ ମୁଖୀ ରୁଦ୍ରାକ୍ଷ ସହ ୯ ମୁଖୀ ଓ ୧୧ ମୁଖୀ ରୁଦ୍ରାକ୍ଷ ପିନ୍ଧିବା ଅଧିକ ଲାଭ ଦେଇଥାଏ।
– ୧୦ ମୁଖୀ ରୁଦ୍ରାକ୍ଷ ଉପରେ ଦଶ ମହାବିଦ୍ୟାର ପ୍ରଭାବ ରହିଥାଏ। ଏଣୁ ଯେଉଁ ବ୍ୟକ୍ତି ୧୦ ମୁଖୀ ରୁଦ୍ରାକ୍ଷ ଧାରଣ କରିଥାନ୍ତି ତାଙ୍କୁ ଦଶବିଦ୍ୟାର କୃପା ମଧ୍ୟ ମିଳେ।
– ଯଦି କେହି ଆପଣଙ୍କ ଉପରେ କଳାଯାଦୁ କରୁଛି ବୋଲି ଅନୁଭବ କରୁଛନ୍ତି ତେବେ ୧୦ ମୁଖୀ ରୁଦ୍ରାକ୍ଷ ପିନ୍ଧନ୍ତୁ । ସମସ୍ୟା ଦୂର ହେବ।
– ବାସ୍ତୁ ଓ ଅନ୍ୟ ଗ୍ରହ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ୧୦ ମୁଖୀ ରୁଦ୍ରାକ୍ଷ ସାହାଯ୍ୟ କରେ।
– ୧୦ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ବ୍ୟକ୍ତିଙ୍କୁ ସଂସାରରେ ସମ୍ମାନ ଓ ପ୍ରସିଦ୍ଧି ମିଳିଥାଏ।