୧୧ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଓ ୧୦ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଦକ୍ଷିଣ ଓଡିଶାର ୧୧ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲା ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗିର, ବୌଦ୍ଧ, ନୂଆପଡ଼ା ଓ ସୋନପୁର । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ତରଫରୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବାରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ପୋଲ ଉପରେ ନଦୀଜଳ ପ୍ରବାହିତ ହେଉଥିବାରୁ ଛତିଶଗଡ଼, ଆନ୍ଧ୍ର ଓ ଜୟପୁରକୁ ଯୋଗାଯାଗ ବିଚ୍ଛିନ୍ନ ହୋଇଛି । ମାଲକାନଗିରିର ଅନେକ ଅଞ୍ଚଳ ଜଳମଗ୍ନ ଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସ୍କୁଲ କୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ତଥା ଅଙ୍ଗନବାଡିକେନ୍ଦ୍ର ଗୁଡିକୁ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ବରଗଡ଼, ସମ୍ବଲପୁର, ଖୋର୍ଦ୍ଧା, ଅନୁଗୋଳ, ଯାଜପୁର, ନୟାଗଡ଼, ଜଗତସିଂହପୁର,ଢେଙ୍କାନାଳ, କଟକ ଓ କେନ୍ଦ୍ରାପଡ଼ା ଆଦି ୧୦ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।