ବଢିଲା RBI ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ, ୩ ବର୍ଷ ବଢାଇଲେ କେନ୍ଦ୍ର ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଢିଲା RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ । ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢିଲା । କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟିର ଅନୁମୋଦନ ପରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୧୦ ଡିସେମ୍ବର ୨୦୨୧ରେ ସରିବାର ଥିଲା । ବର୍ତ୍ତମାନ ଏହାକୁ ୩ ବର୍ଷ ପାଇଁ ବଢାଇ ଦିଆଯାଇଛି ।

୨୦୧୮ ଡିସେମ୍ବର ୧୨ରେ ୨୫ ତମ RBI ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ ଶକ୍ତିକାନ୍ତ। ଉର୍ଜିତ ପଟେଲଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଥିଲେ । ପୂର୍ବରୁ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାରରର ସଚିବ ଥିବା ଦାସ ୨୦୧୮ ଡିସେମ୍ବର ୧୨ରୁ ରିଜର୍ଭ ବ୍ୟାଙ୍କ୍ ମୁଖ୍ୟ ଭାବେ ୩ ବର୍ଷ ପାଇଁ ନିଯୁକ୍ତି ପାଇଥିଲେ । ବିଭିନ୍ନ ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ଥିବା ୬୪ ବର୍ଷିୟ ଶକ୍ତିକାନ୍ତ ଦାସ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କରେ ଆର୍ଥିକ, ଟିକସ, ଶିଳ୍ପ, ଭିତ୍ତିଭୂମି ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ।

Leave a comment