ଆମରଣ ଅନଶନରେ ବସିଛନ୍ତି ରେଭେନ୍ସା ଛାତ୍ରଛାତ୍ରୀ

0

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଗେଟ ଖୋଲିବା ନିଷ୍ପତ୍ତି ବିରୋଧରେ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଲା ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ। ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ। ହେଲେ ଏହାକୁ କର୍ଣ୍ଣପାତ କରୁନାହାନ୍ତି କର୍ତ୍ତୃପକ୍ଷ।

ଯେଉଁ ସ୍ଥାନରେ ବିଦେଶୀ ମଦ ଦୋକାନ ଓ ଅସାମାଜିକଙ୍କ ଆଡ୍ଡା ହେଉଛି ସେ ସ୍ଥାନରେ ବିଶ୍ବବିଦ୍ୟାଳୟର ୪ ନମ୍ବର ଗେଟ ଖୋଲା ଯାଉଛି। ଯାହାଫଳରେ ଛାତ୍ରୀମାନଙ୍କୁ ଯାତାୟାତ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ନିଷ୍ପତ୍ତିକୁ ପ୍ରତ୍ୟାହାର ଯେ ପର୍ଯ୍ୟନ୍ତ ନକରନ୍ତି ସେ ପର୍ଯ୍ୟନ୍ତ ଏହି ଆମରଣ ଅନଶନ ଜାରି ରଖିବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ।

Leave a comment