ସ୍ମୃତିର ଓଡ଼ିଶା ପକ୍ଷରୁ ୭ମ ଜାତୀୟ ରଥଯାତ୍ରା ଭଜନ ସମାରୋହ ଏବଂ ରଥଯାତ୍ରା ସମ୍ମାନ ୨୦୨୧ ଆୟୋଜିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ମୃତିର ଓଡ଼ିଶା ଆନ୍ତର୍ଜାତିକ ଟ୍ରଷ୍ଟ ପକ୍ଷରୁ ୭ମ ଜାତୀୟ ରଥଯାତ୍ରା ଭଜନ ସମାରୋହ ଏବଂ ୭ମ ରଥଯାତ୍ରା ସମ୍ମାନ ୨୦୨୧ ଆୟୋଜିତ ହୋଇଯାଇଛି । ପୁରୀରେ ଏହି ଟ୍ରଷ୍ଟ ଭଜନ ସମାରୋହ ଆୟୋଜନ କରିଥିବା ବେଳେ ଭର୍ଚୁଆଲ୍ ମୋଡ୍‌ରେ ମଧ୍ୟ ଆୟୋଜନ କରାଯାଇଥିଲା ।

ଟ୍ରଷ୍ଟର ସଂସ୍ଥାପକ ତଥା ସାଧାରଣ ସମ୍ପାଦକ, ଡ. ରଜନୀକାନ୍ତ ମିଶ୍ର ଏହି ସମାରୋହର ଆୟୋଜନ କରିଥିବା ବେଳେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ର ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଅନୁଭୂତି ବଖାଣି ଥିଲେ । ସେ ଓଡ଼ିଶାରେ ଚାକିରୀ କରିଥିବା ସମୟରେ ଜଗନ୍ନାଥଙ୍କ ଆସିଥିଲେ । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଜଗନ୍ନାଥ ହୋଉଛନ୍ତି ସାରା ବିଶ୍ୱର ଦେବତା । ତାଙ୍କ ଇଛାରେ ସବୁ କାମ ସମ୍ଭବ ହୁଏ ବୋଲି ସେ ଭାବ ବିହ୍ୱଳ ହୋଇ କହିଥିଲେ ।

ଭାରତୀୟ ପୋଲିସ୍‌ ସେବାର ଅଧିକାରୀ ସଞ୍ଜୀବ ପାଟଯୋଶୀ ଅତିଥି ଭାବେ ଯୋଗ ଦେଇ ସାମାଜିକ କାର୍ଯ୍ୟ ତଥା ଭଜନ ଗାୟକ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଦେବେନ୍ଦ୍ର ପ୍ରସାଦ ମାଝି ଏପରି ଆୟୋଜନ ପାଇଁ ଟ୍ରଷ୍ଟକୁ ସାଧୁବାଦ ଦେଇଥିଲେ । ମୁଖ୍ୟବକ୍ତା ଭାବେ ରବି ନାରାୟଣ ବେହେରା ଯୋଗ ଦେଇ ପୌରାଣିକ କାଳରେ କୃଷ୍ଣ ବଳରାମଙ୍କ ଲୀଳା ବିଷୟରେ ବୁଝାଇବା ସହିତ ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ କହିଥିଲେ ।

ଏହି ସମାରୋହରେ ରଥଯାତ୍ରା ସମ୍ମାନ ୨୦୨୧ ଘୋଷଣା କରାଯାଇଥିଲା । ପ୍ରଖ୍ୟାତ ଗାୟକ ଅନୁପ ଜଲୋଟା, ସଞ୍ଜୀବ ପାଟଯୋଶୀ, ଦେବେନ୍ଦ୍ର ମାଝି, ପରୀନ୍‌ ସୋମାନୀ, ପ୍ରଫୁଲ୍ଲ କୁମାର ମହାନ୍ତି, ଅଶୋକ ଶର୍ମା, ଅଶୋକ ରାଉତ, କିଶୋର ପାଣିଗ୍ରାହି, ଓପିଏସ୍ ପ୍ରସନ୍ନ ପତି, ବସନ୍ତ ପାତ୍ର, ପୂଜା ଦେୱାନ୍, ସୋନାଲି ନନ୍ଦା, ଅନିଲ ବେୱାରା, ଡ. ରାଜା ରାଓ, ଡ. ଅନିଲ କୁମାର ପ୍ରହାରାଜ, ଜାହିଦା ଅହମ୍ମଦ, ଏକାତମିକା ଖାଟୁଆ, ମୁମୁନ ସିଂ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ।

Leave a comment