ଧାଡ଼ି ପହଣ୍ଡି ପରେ ଏବେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧାଡ଼ି ପହଣ୍ଡି ପରେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଦେଉଳ ଭିତରୁ ଧାଡ଼ିରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ରଥକୁ ଆସିଛନ୍ତି ମହାପ୍ରଭୁ। ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର, ମଝିରେ ଆସିଥିଲେ ଗେଲି ଭଉଣୀ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଟାହିଆକୁ ଦୋହଲାଇ ହୋହଲାଇ ଆସିଥିଲେ ନଟବର ନଟିଆ କାଳିଆ ସାଆନ୍ତ ମହାବାହୁ। ଜଣଙ୍କ ପରେ ଜଣେ ଆସି ରଥାରୂଢ଼ ହୋଇଥିଲେ। ଚତୁର୍ଦ୍ଧା ମୁରତିଙ୍କୁ ରଥ ଉପରେ ଦେଖି ଭିଜିଛି ନେତ୍ର ଅଥୟ ହୋଇ ଉଠିଛି ପାଦ।
ଘଣ୍ଟା ଘଣ୍ଟା ହରିବୋଲରେ ପ୍ରକମମ୍ପିତ ହୋଇ ଉଠିଛି ବଡ଼ ଦାଣ୍ଡ। ଏବେ ଖାଲି ଅପେକ୍ଷା ରଥ ଟଣାକୁ। ଗଜପତି ମହାରାଜାଙ୍କ ଛେରାପହଁରା ସାରିବା ପରେ ଆରମ୍ଭ ହେବ ରଥ ଟଣା। ତେବେ କରୋନା କଟକଣା ଲାଗିଥିବାରୁ କେବଳ ପୋଲିସ ଏବଂ ସେବାୟତ ରଥ ଟାଣିବେ।