ରଥ ଉପରେ କୌଣସି ସେବାୟତ ଫଟୋ ଉଠାଇବେ ନାହିଁ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଶେଷ ହେଲା ଛତିଶାନିଯୋଗ ବୈଠକ । ଗତବର୍ଷ ପରି କେବଳ ସେବାୟତ ମାନେ ରଥଟାଣିବେ। ଅନ୍ଯକେହି ରଥଟାଣିବେ ନାହିଁ। ରଥଯାତ୍ରା ସହ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ହେବ କୋଭିଡ୍‌ ଆରଟିପିସିଆର୍‌ ଟେଷ୍ଟ। ନେଗେଟିଭ୍‌ ଥିଲେ ଯାତ୍ରାରେ ସାମିଲ ହେବେ। ମାସ୍କ ଓ ଗାମୁଛା ସେବାୟତ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ରଥଟାଣିବା ସମୟରେ କ୍ଳାନ୍ତ ଅନୁଭବ କଲେ ଅସ୍ଥାୟୀ ବିଶ୍ରାମ କକ୍ଷ ହେ। ମେଡିକାଲ ଟିମ୍‌ ମଧ୍ୟ ଉପଲବ୍ଧି ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପିଇବା ପାଣି ବ୍ଯବସ୍ଥା ହେବ। ରଥ ଗୁଣ୍ଡିଚା ମନ୍ଦିରରେ ଲାଗିବାପରେ ସେବାୟତଙ୍କ ଫେରିବା ପାଇଁ ଗାଡି ବ୍ଯବସ୍ଥା ହେବ।
ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବଡଦାଣ୍ଡରେ ୧୪୪ ଧାରା ଜାରି ହେବ। ସହରବାସୀଙ୍କ ସହଯୋଗ କାମନା କଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ। ଗଣମାଧ୍ୟମ ମାନଙ୍କ ପାଇଁ ପାସ୍‌ ର ବ୍ଯବସ୍ଥା ହେବ। ରଥ ଉପରେ କୌଣସି ସେବାୟତ ଫଟୋ ଉଠାଇବେ ନାହିଁ। କ୍ଯାମେରା ମୋବାଇଲକୁ ମଧ୍ୟ ବ୍ଯାନ୍‌ କରାଗଲା। ବିନା କ୍ଯାମେରା ଫୋନ୍‌ କୁ ଅନୁମତି । ରଥ ଉପରେ ସୀମିତ ସଂଖ୍ଯକ ସେବାୟତ ରହିବେ। ପରବର୍ତ୍ତୀ ମିଟିଂରେ ର୍ନିଦ୍ଧାରିତ ହେବ କେତେଜଣ ସେବାୟତ ରଥ ଉପରେ ରହିବେ। ରଥଟଣା ସମୟରେ ଚତୁର୍ଦ୍ଧାବିଗ୍ରହଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ।

Leave a comment