ପୁରୀ ଟାଉନହଲରେ ରଥ ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ସମୀକ୍ଷା ବୈଠକ

0

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ରଥଯାତ୍ରା ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି । ପୁରୀ ଟାଉନହଲରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅଶ୍ଵିନୀ ପାତ୍ର, ଉଷା ଦେବୀ, ଟୁକୁନି ସାହୁ, ପ୍ରଦୀପ ଅମାତ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ସେହିପରି ପୁରୀ ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଉନ୍ନୟନ କମିଶନର ପ୍ରଦୀପ ଜେନା, ପୁଲିସ ଡିଜି ସୁନୀଲ ବଂଶଲ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ବିର ବିକ୍ରମ ଯାଦବ ମଞ୍ଚରେ ଅଛନ୍ତି।

ରଥଯାତ୍ରା ବୈଠକ ପୂର୍ବରୁ ୧୫ କଂଗ୍ରେସ କର୍ମୀଙ୍କୁ ପୁଲିସ ଥାନାରେ ଅଟକ ରଖିଛି । ମନ୍ତ୍ରୀଙ୍କୁ କଳାପତାକା ଦେଖାଇବାକୁ ପ୍ରସ୍ତୁତି ବେଳେ ସେମାନଙ୍କୁ ପୁଲିସ ଉଠାଇ ନେଇଛି। ସମୀକ୍ଷା ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଚଳିତ ବର୍ଷ ରଥଯାତ୍ରାରେ ଭକ୍ତ ଭଲ ଅନୁଭବ ନେବେ।

Leave a comment