ରହସ୍ୟରେ ରଶ୍ମିରେଖାଙ୍କ ମୃତ୍ୟୁ
ଆଜି ଆସିପାରେ ପୋଷ୍ଟମର୍ଟମ ରିପୋର୍ଟ
ଭୁବନେଶ୍ଵର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ରହସ୍ୟ ଘେରରେ । ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିପାରେ । ରଶ୍ମିଙ୍କ ସୁଇସାଇଡ୍ ନୋଟ୍ର ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି ପୋଲିସ୍ ।
ସେପଟେ ଜବତ ହୋଇଥିବା ରଶ୍ମିଙ୍କ ମୋବାଇଲ ଓ ଲାପଟପ୍କୁ ଯାଞ୍ଚ କରୁଛି ଟେକ୍ନିକାଲ ଟିମ୍। ଆଜି ନୟାପଲ୍ଲୀ ପୋଲିସ ରାଜା ଓ ବୟଫ୍ରେଣ୍ଡ ସନ୍ତୋଷକୁ ପଚରାଉଚରା କରିପାରେ । ନୟାପଲ୍ଲୀ ଗଡ଼ସାହିର ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିଥିଲା । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।