ରଶ୍ମୀରେଖା ଆତ୍ମହତ୍ୟା ମାମଲା; ନୟାପଲ୍ଲୀ ଥାନାରେ ସନ୍ତୋଷ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତ 18 ତାରିଖ ରାତିରେ ଆତ୍ମହତ୍ୟା କରିଥିଲେ ଟେଲି ଅଭିନେତ୍ରୀ ରଶ୍ମିରେଖା। ଆତ୍ମହତ୍ୟା ମାମଲାରେ ଥାନାରେ ହଜାର ହେଲେ ସନ୍ତୋଷ ପାତ୍ର। ସନ୍ତୋଷ ପାତ୍ରଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ କରିଥିଲା ନୟାପଲ୍ଲୀ ଥାନା ପୋଲିସ।

ଟେଲି ଅଭିନେତ୍ରୀ ରଶ୍ମୀରେଖା ଆତ୍ମହତ୍ୟା ମାମଲାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରାଯାଉଛି । ରଶ୍ମୀରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ନୟାପଲ୍ଲୀ ଥାନାରେ ହାଜର ହେବା ପରେ ଏସିପିଙ୍କ ନେତୃତ୍ୱରେ ସନ୍ତେଷଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି । ରଶ୍ମୀଙ୍କ ମୃତ୍ୟୁ ନେଇ ଅନେକ ପ୍ରଶ୍ନ ସନ୍ତୋଷଙ୍କୁ ପୁଲିସ ପଚାରୁ ଥିବା ଜଣାପଡ଼ିଛି। ପୂର୍ବରୁ ସନ୍ତୋଷ ଏହି ମାମଲାରେ ହାଜର ହୋଇନଥିଲେ ମଧ୍ୟ ଆଜି ନୟାପଲ୍ଲୀ ଥାନାରେ ହାଜର ହୋଇଛନ୍ତି ।

Leave a comment