ରଶ୍ମିରେଖା ମୃତ୍ୟୁ ମାମଲା : ବୟଫ୍ରେଣ୍ଡଙ୍କୁ ନୋଟିସ
ଭୁବନେଶ୍ୱର : ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା। ଥାନାରେ ହଜାର ହେବା ପାଇଁ ସନ୍ତୋଷ ପାତ୍ରଙ୍କୁ ନୋଟିସ ଦେଲା ନାୟପଲ୍ଲୀ ଥାନା ପୋଲିସ। 25 ତାରିଖ ସୁଦ୍ଧା ନାୟପଲ୍ଲୀ ଥାନାରେ ପହଞ୍ଚିବା ପାଇଁ ସନ୍ତୋଷକୁ ନୋଟିସ ପଠେଇଲା ନାୟପଲ୍ଲୀ ଥାନା ପୋଲିସ। ପୂର୍ବରୁ ହାଜର ହେବା ପାଇଁ କୁହାଯାଇଥିବା ବେଳେ ଥାନାରେ ହାଜର ହୋଇନଥିଲା ସନ୍ତୋଷ । ରଶ୍ମିରେଖାଙ୍କ ମୃତ୍ୟୁ ପରଠୁ ତାଙ୍କ ସହ ଲିଭ ଇନ୍ ରିଲେସନସିପ୍ରେ ରହୁଥିବା ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କ ପତ୍ତା ମିଳୁନି।
ଏପରିକି ତାଙ୍କ ଫୋନ୍ ସ୍ୱିଚ୍ ଅଫ ମଧ୍ୟ ଆସୁଛି। ଝିଅର ମୃତ୍ୟୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ମଧ୍ୟ ସନ୍ତୋଷ ପାତ୍ରଙ୍କୁ ଦାୟୀ କରିଆସୁଛନ୍ତି। ସନ୍ତୋଷ ଯଦି ନିର୍ଦ୍ଦୋଷ, ତେବେ ଘଟଣା ପରଠୁ ସେ କାହିଁକି ସାମ୍ନାକୁ ଆସୁ ନାହାନ୍ତି ବୋଲି ରଶ୍ମିରେଖାଙ୍କ ମା’ ଓ ଭାଇ ପ୍ରଶ୍ନ କରିଛନ୍ତି ।