୧୨ବର୍ଷର ନାବାଳିକାଙ୍କୁ ୭ମାସ ଧରି ଗଣ ବଳାତ୍କାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚେନ୍ନାଇର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୨୨ଜଣ ଲୋକ ୭ମାସ ଧରି ତାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଚେନ୍ନାଇର ଅୟାନୱାରମରେ। ଦୀର୍ଘ ୭ମାସ ଧରି ଚାଲିଥିଲା ନାବାଳିକାଙ୍କୁ ଦୁଷ୍କର୍ମ। ସିକ୍ୟୁରିଟି ଗାର୍ଡ, ଲିଫ୍ଟ ଅପରେଟର, ପ୍ଲମ୍ବର୍ ଏପରିକି ପାଣି ସପ୍ଲାୟର୍ ସହ ସେମାନଙ୍କର କିଛ ସାଙ୍ଗସାଥୀ ମିଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଦୀର୍ଘ ୭ ମାସ ଧରି ସେମାନେ ପୀଡିତାଙ୍କୁ ଅଚେତ କରି ଏଭଳି କାମ କରୁଥିଲେ। କେବେ ନିଶା ଇଞ୍ଜେକସନ ଦେଇ ତ ପୁଣି କେବେ ପାଉଡର୍ ଶୁଙ୍ଘାଇ, ଥଣ୍ଡା ପାନୀୟରେ ନିଶା ଦେଇ ଏମାନେ ବଳାତ୍କାର କରୁଥିଲେ। ଖାଲି ସେତିକି ନୁହେଁ ବଳାତ୍କାର ସମୟର ଭିଡିଓ ମଧ୍ୟ ଉତ୍ତୋଳନ କରି ରଖିଥିଲେ। ଏକଥା ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବା ସହ ଇଣ୍ଟରନେଟରେ ଭିଡିଓ ଅପଲୋଡ କରିବେ ବୋଲି ଧମକ ମଧ୍ୟ ଦେଇଥିଲେ। ହେଲେ ପୀଡିତା ଏକଥା ନିଜ ମାଆ ଓ ଭଉଣୀଙ୍କୁ କହିବାରୁ ତାଙ୍କ ମାଆ ପୋଲିସରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଏହି ମାମଲାରେ ଏ ପର୍ଯ୍ୟନ୍ତ ୧୮ ଜଣଙ୍କୁ ଗିରଫ କରାଯାଇଛି।