ଚାକିରୀ ଦେବା ନାଁରେ ଦୁଷ୍କର୍ମ, ଫାଇନାନ୍ସ ସଂସ୍ଥା ମୁଖ୍ୟ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ଼ର ଜଣେ ଯୁବତୀଙ୍କୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତକୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ ।

ସୂଚନା ଅନୁଯାୟୀ, ଛତିଶଗଡ଼ର ଜଣେ ଯୁବତୀ ସତ୍ୟ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ବିଜ୍ଞାପନ ଦେଖି ସାକ୍ଷାତକାର ପାଇଁ ଭୁବନେଶ୍ବର ଆସିଥିଲେ । ସାକ୍ଷାତକାର ଦେବା ପରେ ସେ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ହୋଟେଲରେ ରହିଥିଲେ । ସେଠାରେ ନିଜକୁ ସଂସ୍ଥା ମୁଖ୍ୟ ଦର୍ଶାଇ ଜୟ କୁମାର ଚାକିରୀର ପ୍ରଲୋଭନ ଦେଖାଇ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ଲକ୍ଷ୍ମୀସାଗର ପୋଲିସ ଜୟ କୁମାରକୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Leave a comment