ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଜଣେ ବାବାଙ୍କ ନାଁରେ ଲାଗିଲା କଳଙ୍କ । ରାଜଧାନୀ ଦିଲ୍ଲୀରୁ ଆସିଛି ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ।

ସୂଚନା ଅନୁଯାୟୀ, ଦିଲ୍ଲୀର ଜଣେ ବାବା ଆଶୁ ମହାରାଜ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବାବାଙ୍କ ବ୍ୟତୀତ ବାବାଙ୍କ ପୁଅ ଓ ପୁଅର ସାଙ୍ଗମାନେ ମଧ୍ୟ ଉକ୍ତ ମହିଳାଙ୍କୁ ଗତ ୨୦୦୮ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ତାଙ୍କୁ ଦୁଷ୍କର୍ମ କରି ଆସୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କି ତାଙ୍କ ନାବାଳିକା ଝିଅର ପାଦରେ ଯନ୍ତ୍ରଣା ହେବାରୁ ବାବା ତାକୁ ଠିକ କରିବା ବାହାନାରେ ଝିଅକୁ ମଧ୍ୟ ଦୁଷ୍କର୍ମ କରିଥିଲେ ।

ଜଲେବୀ ବାବା ନାଁରେ ପରିଚିତ ଏହି ବାବା ତନ୍ତ୍ରମନ୍ତ୍ର ଜରିଆରେ ସବୁ ସମସ୍ୟାର ସମାଧାନ କରି ଦେବ ବୋଲି କହି ମହିଳା ଓ ଯୁବତୀଙ୍କୁ ଫସାଇ ସେମାନଙ୍କ ଦୁର୍ବଳତାର ଫାଇଦା ଉଠାଇ ବ୍ଲାକ୍‌ମେଲ୍ କରି ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ।

ଏ ଘଟଣା ସମ୍ପର୍କରେ ପୁଲିସ କହିଛି, ଗତ ସପ୍ତାହରେ ହୋଜଖାସ୍‌ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ରବିବାର ଦିନ ଠାରୁ ଘଟଣାର ତଦନ୍ତ ଦାୟିତ୍ୱ ଅପରାଧିକ ଶାଖାକୁ ପ୍ରଦାନ କରାଯାଇଛି।

Leave a comment