ବୋହୂକୁ ଦୁଷ୍କର୍ମ ଉଦ୍ୟମ, ଶ୍ୱଶୁର ଅଟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୋହୂକୁ ଦୁଷ୍କର୍ମ ଉଦ୍ୟମ, ଶ୍ୱଶୁର ଅଟକ । ଏଭଳି ଏକ ଲଜ୍ଜାଜନକ ଘଟଣା ସମ୍ନାକୁ ଆସିଛି ପିପିଲିର ସତସଙ୍ଖ ଅଞ୍ଚଳରୁ । ପୁଅର ଅନୁପସ୍ଥିତିର ଫାଇଦା ଉଠାଇ ଅନେକ ବର୍ଷରୁ ଶ୍ୱଶୁର ବୋହୂର କରିଆସୁଥିଲେ ଶାରୀରିକ ଶୋଷଣ । ବୋହୂ ନିଜ ମୋବାଇଲରେ ରେକଡିଂ କରିଥିବା ଏହି ଭିଡ଼ିଓ ଟି ସୋସିଆ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ପିପିଲିର ସତସଙ୍ଖ ଅଞ୍ଚଳ ପଞ୍ଚୁ ମଲ୍ଲିକ ନାମକ ଜଣେ ବ୍ୟକ୍ତି ପୁଅ ଘରେ ରାହୁନଥିବାର ସୁଯୋଗ ନେଇ ନିଜ ବୋହୂର କରୁଥିଲେ ଶାରୀରିକ ଶୋଷଣ । ଏସମ୍ୱନ୍ଧରେ ବୋହୂ ବାରମ୍ବାର ଶାଶୁ ଓ ସ୍ୱାମୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ତାଙ୍କ କଥାକୁ ଗୁରୁତ୍ୱ ଦେଉନଥିଲେ । ଶେଷରେ ବୋହୂଟି ଏଥିରେ ଅତିଷ୍ଠ ହୋଇ ଏହାର ଭିଡ଼ିଓ କରି ପ୍ରମାଣ ଦେବାର ନିଷ୍ପତ୍ତି ନେଇଥିଲା । ଶ୍ୱଶୁରଙ୍କ ଦୁଷ୍କର୍ମ ଉଦ୍ୟମର ଭିଡ଼ିଓ ତିଆରି କରି ପିପିଲି ଥାନାର ଅଭିଯୋଗ କରିବା ସହ ପ୍ରମାଣ ସ୍ୱରୂପ ଭିଡ଼ିଓ ମଧ୍ୟ ଦେଇଥିଲେ । ଏହି ଅଭିଯୋଗକୁ ଆଧାର କରି ପୋଲିସ ଅଭିଯୁକ୍ତ ପଞ୍ଚୁ ମଲ୍ଲିକଙ୍କୁ ଥାନାକୁ ନେଇ ଅଧିକ ତଦନ୍ତ ଚଳାଇଛି ।

Leave a comment