ବଲିଉଡର ଟପ ଯୋଡି ରଣବୀର-ଦୀପିକାଙ୍କ ବିବାହ ସମ୍ପନ୍ନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ସୁପରହିଟ୍ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ । ଇଟାଲୀର ଲେକ କେମୋରେ ଉଭୟେ ପରିବାର ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ବିବାହ କରିଛନ୍ତି । ଦୁହିଁଙ୍କ ବିବାହ ଖୁବ୍ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଦୀପିକାଙ୍କ ଘର ପରମ୍ପରା ଅନୁସାରେ କୋଙ୍କଣୀ ରୀତିନୀତି ଅନୁଯାୟୀ ବୁଧବାର ଦୀପବୀରଙ୍କ ବିବାହ ହୋଇଛି ।
ତେବେ ଆସନ୍ତାକାଲି ସିନ୍ଧି ପରମ୍ପରା ଅନୁଯାୟୀ ପୁଣିଥରେ ଉଭୟେ ବିବାହ କରିବେ । ତେବେ ଏହି ହାଇପ୍ରୋଫାଇଲ ବିବାହ ଉତ୍ସବରେ ବଲିଉଡର ଶାହାରୁଖ ଖାନ, ଫରାହ ଖାନ ଓ ସଞ୍ଜୟ ଲୀଲା ବଂଶାଲୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବାହାଘର ଆରମ୍ଭରେ ପ୍ରଥମେ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋଣ ନଡିଆ ଦେଇ ରଣବୀରଙ୍କ ମାତାପିତାଙ୍କୁ ସ୍ବାଗତ କରିଥିଲେ । ଏହାପରେ ବିବାହ ପରମ୍ପରା ଆରମ୍ଭ ହୋଇଥିଲା । ତେବେ ଉଭୟେ ଇଟାଲୀରୁ ଫେରିବା ପରେ ନଭେମ୍ବର ୨୧ରେ ବେଙ୍ଗାଲୁରୁରେ ପ୍ରଥମ ରିସେପ୍ସନ୍ ପାର୍ଟି ଦେବେ । ଦ୍ୱିତୀୟ ରିସେପ୍ସନ୍ ପାର୍ଟି ମୁମ୍ବାଇରେ ନଭେମ୍ବର ୨୮କୁ ରଖାଯାଇଛି । ମୁମ୍ବାଇରେ ହେବାକୁ ଥିବା ଦ୍ୱିତୀୟ ରିସେପ୍ସନ୍ ପାର୍ଟିରେ ବଲିଉଡ୍ରେ ବହୁ କଳାକାର ସାମିଲ୍ ହେବେ । ରିସେପ୍ସନ୍ କାର୍ଡ୍ ମୁତାବକ, ମୁମ୍ବାଇର ହୋଟେଲ୍ ‘ଗ୍ରାଣ୍ଡ୍ ହାୟଟ୍’ରେ ଦ୍ୱିତୀୟ ରିସେପ୍ସନ୍ ପାର୍ଟି ହେବ।