ନ୍ୟୂଡ ଫଟୋସୁଟ ସମୟରେ କ’ଣ ସତରେ ରଣବୀରଙ୍କୁ ଅସୁବିଧା ହୋଇଥିଲା ? ଖୁଲାସା କଲେ ଫଟୋଗ୍ରାଫର

0

କିଛିଦିନ ପୂର୍ବେ ବଲିଉଡ ଅଭିନେତା ରଣବୀର ସିଂ ଏକ ନ୍ୟୂଡ ଫଟୋସୁଟ କରିଥିଲେ । ତେବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଫଟୋକୁ ନେଇ । ଏହି ଫଟୋକୁ ନେଇ ତାଙ୍କ ନାଁରେ ବିବାଦ ଆରମ୍ଭ ହେଵା ସହ ଥାନାରେ ଏଫଆଇଆର ମଧ୍ୟ ରୁଜୁ ହୋଇସାରିଛି । ତେବେ ଏହି ଫଟୋକୁ ନେଇ ଏବେ ଫଟୋଗ୍ରାଫର ଏକ ଖୁଲାସା କରିଛନ୍ତି ।

ତେବେ ଏକ ଇଣ୍ଟରଭିୟୁରେ ଫଟୋଗ୍ରାଫର ଆଶିଷ ଶାହ କହିଛନ୍ତି ଯେ, ଏହି ଫଟୋସୁଟର ଆଇଡିଆ ଉଭୟଙ୍କର ଥିଲା । ପୂର୍ବରୁ ଏକ ମାଗାଜିନ ପାଇଁ ଆମେ ଏକ ଫଟୋସୁଟ କରିବା ପାଇଁ ଯୋଜନା କରିଥିଲୁ । ତେବେ ଏ ନେଇ ଉଭୟ ମନସ୍ଥିର କରି ଏହି କାମ କଲୁ । ଫଟୋସୁଟ ସମୟରେ ରଣବୀରଙ୍କୁ କୌଣସି ଲାଜ ଲାଗିନଥିବାରୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ, ଆମେ କାମ କରିବା ସମୟରେ ବେଶ ପ୍ରଫେସନାଲ ଥିଲୁ ।

Leave a comment

You cannot copy content of this page