ରଣବୀରଙ୍କ ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

0

ବଲିଉଡର ସୁପର ଦମଦାର ରଣବୀର ସିଂ ସେହି ତାରକାମାନଙ୍କ ମଧ୍ୟରୁ ଅନ୍ୟତମ, ଯାହା ବିଷୟରେ କୌଣସି ପ୍ରକାରର ଭବିଷ୍ୟବାଣୀ କରାଯାଇପାରିବ ନାହିଁ । ରଣବୀର ସବୁବେଳେ କିଛି ଅଲଗା କରିବାକୁ ବିଶ୍ୱାସ କରନ୍ତି । କିନ୍ତୁ ଏଥର ସେ ଯାହା କରିଛନ୍ତି, ତାହାକୁ ନଦେଖିଲା ଯାଏ ଆପଣ ବିଶ୍ବାସ କରିପାରିବେନି । ଖାସ୍‌ କରି ନିଜ ଗେଟ୍‌ଅପ୍‌ ପାଇଁ ଚର୍ଚ୍ଚାରେ ରହୁଥିବା ରଣବୀର ଏଥର ବିନା ପୋଷାକରେ ନିଜର ନ୍ୟୁଡ୍‌ ଫଟୋ ସେୟାର କରି ସୋସିଆଲ ମିଡିଆରେ ନିଆଁ ଲଗାଇଛନ୍ତି । ଜଣାପଡିଛି କି ରଣବୀରଙ୍କ ଏହି ଫଟୋସୁଟ୍‌ ଏକ ମ୍ୟାଗାଜିନ୍‌ ପାଇଁ କରିଛନ୍ତି ।

ରଣବୀର ସିଂ ଅଳ୍ପ ବୟସରେ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ସମସ୍ତଙ୍କୁ ମିଳେନାହିଁ । ଏହାର କାରଣ ହେଉଛି ତାଙ୍କର ପ୍ରତିଭା ଏବଂ ଆତ୍ମବିଶ୍ୱାସ, ଯେଉଁ କାରଣର ସେ ପ୍ରତିଦିନ ଆଗକୁ ବଢୁଛନ୍ତି । ଏଥର ରଣବୀର ଏକ ନ୍ୟୁଡ ଫଟୋସୁଟ ପାଇବା ପାଇଁ ନିଜର ଆତ୍ମବିଶ୍ୱାସ ଦେଖାଇଛନ୍ତି, ଯାହା ପରେ ସମସ୍ତେ ତାଙ୍କରି ହିଁ ଚର୍ଚ୍ଚା କରିବାରେ ଲାଗିଛନ୍ତି । ପେପର ମାଗାଜିନ ପାଇଁ ସେ ଏହି ଫଟୋସୁଟ୍ କରିଛନ୍ତି, ଯେଉଁଥିରେ ସେ ନ୍ୟୁଡ ହୋଇ ଷ୍ଟାଇଲିସ୍ ପୋଜ୍ ଦେଉଥିବା ଦେଖାଯାଉଛି ।

ରଣବୀରଙ୍କର ନ୍ୟୁଡ ଫଟୋସୁଟ୍ ପରେ ବର୍ତ୍ତମାନ ୟୁଜର୍ସ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ଜଣେ ୟୁଜର ରଣବୀରଙ୍କ ଫଟୋରେ ଲେଖିଛନ୍ତି, କେବଳ ଏହା ଦେଖିବାକୁ ବାକି ରହିଥିଲା । ଏହି ସମୟରେ ଆଉ ଜଣେ ୟୁଜର ତାଙ୍କୁ ମୋଗଲି କହିଛନ୍ତି । କେହି କେହି ଏହା ବି ଲେଖିଛନ୍ତି କି, ଦୀପିକା କପଡା ଦେଇ ନାହାଁନ୍ତି । ସେହିପରି ଆଉ ଜଣେ ୟୁଜର କହିଛନ୍ତି ଯେ, ଏତେ ବି କଳାକାର ହେବାର ନଥିଲା । ଉଲ୍ଲେଖଥାଉ କି, ରଣବୀରଙ୍କ ଏହି ଫଟୋ ଦେଖିବା ପରେ, ଏହା କହିବା ଭୁଲ ହେବ ନାହିଁ କି ତାଙ୍କ ଡିକ୍ସନାରୀରେ ଅସମ୍ଭବ ବୋଲି କୌଣସି ଶବ୍ଦ ନାହିଁ ।

Leave a comment