ଆତ୍ମହତ୍ୟା କରିବେ ରାଣୀ ପଣ୍ଡା, ପଢନ୍ତୁ କାହିଁକି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗନ୍ନାଥଙ୍କୁ ନ୍ୟାୟ ଦେବାକୁ ରାଣୀ ପଣ୍ଡା ପୁରୀରେ । ଶ୍ରୀଜଗନ୍ନାଥଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ବ୍ୟକ୍ତିର ଗିରଫ ଦାବି କରି କରୁଛନ୍ତି ଅନଶନ । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଅଭିଯୁକ୍ତର ଫଟୋଧରି ସେ ଶୁକ୍ରବାର ଧାରଣା ଦେଇଥିଲେ । ସେ କହିଥିଲେ,
“ମହାପ୍ରଭୁ ଶ୍ରୀଜଗନ୍ନାଥ ସାରା ସଂସାରକୁ ନ୍ୟାୟ ଦେଉଛନ୍ତି କିନ୍ତୁ ତାଙ୍କୁ ଏଠାରେ ନ୍ୟାୟ ମିଳୁନାହିଁ। ତାଙ୍କ ପାଇଁ ଏଠାରେ ଭୋକ ଉପାସରେ ବସିବି। ଏହାସତ୍ତ୍ବେ ଶ୍ରୀଜଗନ୍ନାଥଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ଯଦି ଗିରଫ କରାନଯାଏ ବିଷପିଇ ଆତ୍ମହତ୍ୟା କରିବି ବୋଲି ଅଭିନେତ୍ରୀ ରାଣୀ ପଣ୍ଡା ଚେତାବନୀ ଦେଇଛନ୍ତି”। ସେ କହିଲେ ସିଂହଦ୍ବାର ଥାନାରେ ମୁଁ ଲିଖିତ ଅଭିଯୋଗ କରିଥିଲି। ଦୁଇଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ମୋତେ ପ୍ରତିଶ୍ରୁତି ଦେଇଥିଲା। ୭ଦିନ ବିତିଗଲା ପଛେ ଏପର୍ଯ୍ୟନ୍ତ କିଛି ହେଲାନାହିଁ। ପୁଲିସ ଯଦି ପାରୁନି ତାହେଲେ ଅଭିଯୁକ୍ତକୁ ମୋତେ ଧରାଇ ଦେଉ, ମୁଁ ତା’କଥା ବୁଝିବି ବୋଲି ରାଣୀ ଗଣମାଧ୍ୟମକୁ କହିଛନ୍ତି।

କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ପ୍ରତି ସାମାଜିକ ଗଣମାଧ୍ୟମରେ ଜଣେ ଓଡ଼ିଆ ଯୁବକଙ୍କ ଅଶ୍ଳୀଳ ଶବ୍ଦ ପ୍ରୟୋଗ ଲଜ୍ଜା ଓ ଦୁଃଖର ବିଷୟ ବୋଲି ସେ ମତ ଦେଇଛନ୍ତି। ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିଥିବା ବ୍ୟକ୍ତି ଶ୍ରୀମନ୍ଦିର ସିଂହଦ୍ବାରକୁ ଆସନ୍ତୁ। ଏହିଠାରେ ସେ ହାତଯୋଡି ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ। ନହେଲେ ଅଭିଯୁକ୍ତଙ୍କୁ ଗିରଫ କରି କାରାଗାର ପଠାଯିବାକୁ ସେ ଦାବି କରିଛନ୍ତି।
ନେତାମନ୍ତ୍ରୀଙ୍କ ପାଇଁ ପୁଲିସ ସବୁ କରୁଥିବା ବେଳେ ଶ୍ରୀଜଗନ୍ନାଥଙ୍କ ପାଇଁ କିଛି କରୁନାହିଁ। ହାଇଡ୍ରାମା କରିବାକୁ ମୋତ ବାଧ୍ୟ କରନ୍ତୁନି। ଏହାପରେ ଏମିତି କାଣ୍ଡ କରିବି ଯେ ଭୁବନେଶ୍ବରରୁ କୌଣସି ଗାଡ଼ି ପୁରୀ ଆସିବ ନାହିଁ କିମ୍ବା ପୁରୀର କୌଣସି ଗାଡ଼ି ଭୁବନେଶ୍ବର ଯିବନାହିଁ।

Leave a comment