ରାଣୀ ପଣ୍ଡାଙ୍କ ଆଖିରେ ପୁଣି ଲୁହ, ‘ମୋ ଭାଗ୍ୟରେ ନାହିଁ କାଳିଆ ଦର୍ଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପବିତ୍ର ଘୋଷ ଯାତ୍ରା । ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏହି ପବିତ୍ର ଘୋଷ ଯାତ୍ରା ଅବସରରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା କୁଷ୍ଠ ରୋଗୀଙ୍କ ପୂଜାର୍ଚ୍ଚନା କରିଛନ୍ତି ।  ଭୁବନେଶ୍ବର ମଞ୍ଚେଶ୍ବର ସ୍ଥିତ ଲେପ୍ରସି କଲୋନୀରେ ସେ କୁଷ୍ଠ ରୋଗୀଙ୍କ ପାଦଧୋଇ ଫୁଲ ଚନ୍ଦନ ଲଗାଇ ବନ୍ଦନା କରିଛନ୍ତି । ଏହାପରେ ସେମାନଙ୍କୁ ନିଜ ହାତରେ ମିଠା ଖୁଆଇ ତାଙ୍କ ମୁହଁରେ ହସ ଫୁଠାଇବାକୁ ଚେଷ୍ଟା କରିଛନ୍ତି ।ରଥଯାତ୍ରା ଅବସରରେ ପୁରୀ ଯାଇ ପାରୁନଥିବାରୁ କାଳିଆକୁ ମନେ ପକାଇ ଏହି କୁଷ୍ଠ ରୋଗୀଙ୍କ ସେବା କରିଛନ୍ତି ରାଣୀ ପଣ୍ଡା ।  ଶ୍ରୀଜିଉଙ୍କ ଦର୍ଶନ କରିବାର ଯୋଗ ନଥିବାରୁ ଏମାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ରାଣୀ । ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା । ଲୋକେ ରାଣୀ ପଣ୍ଡାକୁ ଭୁଲ ବୁଝନ୍ତି ବୋଲି ସେ କହିଛନ୍ତି ।  

Leave a comment