ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଲୋୟର ପିଏମଜି; ବିଜେପି-ପୋଲିସ କର୍ମୀ ମୁହାଁମୁହିଁ

ଜଣେ ଡିଏସପିଙ୍କ ସମେତ ୬ ପୋଲିସ କର୍ମଚାରୀ ଆହତ

0

ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଲୋୟର ପିଏମଜି ଅଞ୍ଚଳ । ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ । ଧସ୍ତାଧସ୍ତି ବେଳେ ଢେଲାମାଡ଼ରେ ଜଣେ ଡିଏସପିଙ୍କ ସମେତ ୬ ପୋଲିସ କର୍ମଚାରୀ ଆହତ । ଗୁରୁତର ଅବସ୍ଥାରେ DSPଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଇନଶୃଙ୍ଖଳା ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ବିଧାନସଭା ଘେରାଉ ପାଇଁ ଉଦ୍ୟମ

କରାଯାଇଥିଲା ।

ବାରିକେଡ ଭାଙ୍ଗିବା ବେଳେ ବିଜେପି କର୍ମୀଙ୍କୁ ପୋଲିସ ଅଟକାଇଥିଲା । ଫଳରେ ମୁହାଁମୁହିଁ ହୋଇଥିଲେ ବିଜେପି ଯୁବମୋର୍ଚ୍ଚା ଓ ପୋଲିସ ।

ଉତ୍ତ୍ୟକ୍ତ ବିଜେପି ଯୁବ କର୍ମୀମାନେ ପୋଲିସ ଉପରକୁ ପାଣିବୋତଲ ଓ ପଥର ମାଡ଼ କରିଛନ୍ତି । ପୋଲିସ ଉପରକୁ ଅଣ୍ଡାମାଡ଼ ମଧ୍ୟ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା କର୍ମୀ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠିମାଡ଼ କରାଯାଇଛି । କିଛି ମହିଳା ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

Leave a comment

You cannot copy content of this page