ବାବା ରାମଦେବଙ୍କ ମନ ପରିବର୍ତ୍ତନ; ଖୁବ୍‌ଶୀଘ୍ର ନେବେ ଟିକା

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): କିଛିଦିନ ତଳେ କରୋନା ବିରୋଧରେ ଏଲୋପାଥି ଔଷଧ ପ୍ରୟୋଗକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ବାବା ରାମଦେବ । କିନ୍ତୁ ହଠାତ୍‌ ଟିକାକରଣକୁ ନେଇ ବଦଳିଗଲା ବାବା ରାମଦେବଙ୍କ ମନ । ସେ ଏବେ ଟିକା ନେବାକୁ ପ୍ରସ୍ତୁତ । ବାବା ଖୁବ୍‌ଶୀଘ୍ର କରୋନା ଟିକା ନେବେ ବୋଲି କହିଛନ୍ତି । ପୂର୍ବରୁ ଯୋଗ ଏବଂ ଆୟୁର୍ବେଦର ସୁରକ୍ଷା କବଚ ତାଙ୍କ ପାଖରେ ଥିବାରୁ ତାଙ୍କର ଟିକାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ ବାବା ରାମଦେବ । କିନ୍ତୁ ସେ ଖୁବ୍‌ଶୀଘ୍ର ଟିକା ନେବେ । ଏହାସହ ଡାକ୍ତରମାନଙ୍କୁ ପୃଥିବୀରେ ଈଶ୍ୱରଙ୍କ ଦୂତ ଭାବରେ ବର୍ଣ୍ଣନା କରିଛନ୍ତି ରାମଦେବ । ଜୁନ୍‌ ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁ ନାଗରିକଙ୍କୁ ମାଗଣା ଟିକା ଘୋଷଣାକୁ ସ୍ୱାଗତ କରି ରାମଦେବ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ଏବଂ ସମସ୍ତଙ୍କୁ ଟୀକାକରଣ କରିବାକୁ ନିବେଦନ ମଧ୍ୟ କରିଛନ୍ତି ।

Leave a comment