ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ୍ ହେବ ରାମାୟଣ, ମହାଭାରତ ଓ ରାମଚରିତ ମାନସ

0

ସାମରିକ ସିଲାବସରେ ଭଗବତ ଗୀତା ସାମିଲ୍ ହୋଇ ଚର୍ଚ୍ଚିତ ହେଉଥିବା ବେଳେ ଏହା ମଧ୍ୟରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମଧ୍ୟ ପ୍ରଦେଶ ସରକାର। ରାଜ୍ୟର ଶିବରାଜ ସିଂହ ସରକାର ଇଞ୍ଜିନିୟରିଂ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଓ ରାମଚରିତ ମାନସ ସାମିଲ୍ କରିଛନ୍ତି। ସୋମବାର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି  ରାଜ୍ୟ ଶିକ୍ଷା ବିଭାଗ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ, ଯଦି କେହି ଭଗବାନ ରାମଙ୍କ ଚରିତ୍ର ଏବଂ କାର୍ଯ୍ୟ ବିଷୟରେ ଶିଖିବାକୁ ଚାହୁଁଛି ତେବେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଏମିତି କରି ପାରିବେ। ତେଣୁ ଆମେ ରାଜ୍ୟରେ ଇଞ୍ଜିନିୟରିଂ ସିଲାବସରେ ରାମାୟଣ, ମହାଭାରତ ଏବଂ ରାମଚରିତ ମାନସକୁ ସାମିଲ କରାଯାଇଛି।

Leave a comment