ରମାଦେବୀ ହଷ୍ଟେଲରୁ +୨ ଛାତ୍ରୀଙ୍କ ମୃତଦେହ ଉଦ୍ଧlର
ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ(ବିଜେବି)ର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ରାଜଧାନୀବାସୀ ଭୁଲି ନଥିବା ବେଳେ ପୁଲିସ ବୁଧବାର ଭୁବନେଶ୍ବରସ୍ଥିତ ଅନ୍ୟ ଏକ ଲୋକପ୍ରିୟ ଶିକ୍ଷାନୁଷ୍ଠାନରୁ ଯୁକ୍ତ ୨ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। ସହିଦ ନଗର ପୁଲିସ ଆଜି ଅପରାହ୍ଣରେ ରମାଦେବୀ ଉଚ୍ଚ ମାଧ୍ୟମିକ ସ୍କୁଲର ଦ୍ବିତୀୟ ବର୍ଷ କଳା ଛାତ୍ରୀଙ୍କ ମୃତଦେହ ହଷ୍ଟେଲ କୋଠରୀ ଭିତରୁ ଠାବ କରିଛି।ମୃତକର ନାମ ପ୍ରଜ୍ଞା ମହାନ୍ତି ବୋଲି ଜଣାପଡ଼ିଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ରାଜ୍ୟର ଯୁକ୍ତ ୨ ପିଲାମାନଙ୍କର ପରୀକ୍ଷା ଚାଲିଛି। ଆସନ୍ତା ଏପ୍ରିଲ ୫ ତାରିଖରେ ପରୀକ୍ଷା ଶେଷ ହେବ। ତେବେ ପରୀକ୍ଷା ଚାଲିଥିବା ବେଳେ ରାୟଗଡ଼ାରୁ ଆସି ରମାଦେବୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ୨ ଦ୍ବିତୀୟ ବର୍ଷ କଳା ବିଷୟରେ ପଢୁଥିବା ଛାତ୍ରୀ ପ୍ରଜ୍ଞା ମହାନ୍ତି ଆତ୍ମହତ୍ୟା କରିଛନ୍ତି। ପ୍ରଜ୍ଞା ହଷ୍ଟେଲରେ ରହୁଥିଲେ। ଆଜି ପରୀକ୍ଷା ନଥିବାରୁ ସେ ଏକୁଟିଆ ରୁମରେ ଥିଲେ। ନିଜ ଓଢଣୀରେ ପଙ୍ଖାରେ ଝୁଲିପଡ଼ିଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସହିଦନଗର ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ ହୋଇଛି।
ଆତ୍ମା ହତ୍ୟା ପୂର୍ବରୁ ଏକ ସୁସାଇଡ ନୋଟ ଲେଖିଛନ୍ତି ଛାତ୍ରୀ। ପାଠ ପଢାକୁ ନେଇ ଚାପ୍ରେ ଥିବା ଉଲ୍ଲେଖ ରହିଛି। ସେ ଏହି ସୁସାଇଡ ନୋଟ୍ ନିଜ ଘର ଲୋକଙ୍କ ପାଇଁ ଛାଡିଛନ୍ତି। ପାଠପଢାକୁ ନେଇ ଚୁପ୍ଚାପ୍ରେ ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ମାନସିକ ଚାପରେ ମଧ୍ୟ ଥିବା ଜଣାପଡ଼ିଛି। ପ୍ରଜ୍ଞା ଯୁକ୍ତ ଦୁଇ କଳାର ଛାତ୍ରୀ। ରମାଦେବୀ ବିଶ୍ଵବିଦ୍ୟାଳୟର ଅନ୍ୟତମା ହଷ୍ଟେଲରେ ରହୁଥିଲେ ପ୍ରଜ୍ଞା। ଆଜି କଲେଜରୁ ଫେରିବା ପରେ ଦ୍ୱିପହର ସାଢ଼େ ୧ଟା ବେଳକୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ଆଜି ସହିଦନଗର ପୁୁଲିସ ଅଧିକାରୀ ପ୍ରଜ୍ଞାଙ୍କ ମୃତଦେହକୁ କ୍ୟାପିଟାଲ ହସପିଟାଲକୁ ପଠାଇଛି। ଆସନ୍ତାକାଲି ତାଙ୍କ ପରିବାର ଲୋକ ଆସିବା ପରେ ପୋଷ୍ଟମର୍ଟମ କରାଯିବ ବୋଲି ଏସିପି (ଜୋନ୍-୫) ସଂଜୀବ ଶତପଥୀ କହିଛନ୍ତି।
ଅନ୍ୟପଟରେ ଯୁକ୍ତ ଦୁଇ ରମାଦେବୀ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟାପିକା ଉର୍ମିଳା ଦାସ କହିଛନ୍ତି, ପ୍ରଜ୍ଞା ଭଲ ଛାତ୍ରୀ ଥିବା ବେଳେ ପାଠ ପଢାକୁ ନେଇ ଚୁପ୍ଚାପ୍ ଥିଲେ। ଯୁକ୍ତ ୨ ପରୀକ୍ଷା ଜାରି ରହିଛି। ଆଉ ମାତ୍ର ଗୋଟେ ପରୀକ୍ଷା ରହିଥିଲା । ତେବେ ସାଙ୍ଗ ସାଥୀ କହିବା ଅନୁଯାୟୀ ସେ ଚାପରେ ଥିଲେ। ପରୀକ୍ଷାର ଦୁଇ ମାସ ପୂର୍ବରୁ ସେ ହଷ୍ଟେଲକୁ ଫେରିଥିଲେ।