ରକ୍ଷାବନ୍ଧନ, ଭାଇର ଶୁଭ ମନାସୀ ରାଶି ଅନୁସାରେ ବାଛନ୍ତୁ ରାକ୍ଷୀର ରଙ୍ଗ

0

ଆସନ୍ତା ଅଗଷ୍ଟ 22 ତାରିଖ ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପଡୁଛି ରକ୍ଷାବନ୍ଧନ। ଏହି ଦିନରେ ସବୁ ଭଉଣୀ ନିଜ ଭାଇ ହାତରେ ରକ୍ଷାସୂତ୍ର ବାନ୍ଧିଥାଏ। ଆଉ ଭାଇ ବି ଭଉଣୀକୁ କିଛି ଗିଫ୍ଟ ଦେବା ସହିତ ତାର ରକ୍ଷା କରିବାକୁ ବଚନ ଦେଇଥାଏ। ଏହି ପର୍ବରେ ଦୁହେଁ ଦୁହିଁଙ୍କ ପ୍ରତି ଥିବା ସ୍ନେହ ଏବଂ ଭଲପାଇବାକୁ ଦେଖାଇଥାନ୍ତି। ତେଣୁ ଏହିଭଳି ଏକ ପବିତ୍ର ଦିନରେ ଆମେ ଆପଣଙ୍କୁ ଜଣାଇବୁ ରାଶି ଅନୁସାରେ କେଉଁ ରଙ୍ଗର ରାକ୍ଷୀ ଭାଇକୁ ବାନ୍ଧିବା ଶୁଭ ହୋଇଥାଏ। ଏହାଛଡା ଏହାଦ୍ୱାରା ଭାଇର ଜୀବନରେ ସବୁବେଳେ ଉର୍ଜା ଲାଗିକି ରହିଥାଏ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

ମେଷ : ଯଦି ଆପଣଙ୍କ ଭାଇର ରାଶି ମେଷ ତାହେଲେ ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ।

ବୃଷ : ଏହି ରାଶିର ଲୋକଙ୍କ ସ୍ୱାମୀ ଶୁକ୍ର। ଭଉଣୀ ନିଜ ଭାଇଙ୍କୁ ନୀଳ ରଙ୍ଗର ରାକ୍ଷୀ ପିନ୍ଧାଇବା ଶୁଭ ବୋଲି ଧରାଯାଏ।

ମିଥୁନ : ଯଦି ଆପଣଙ୍କ ଭାଇର ରାଶି ମିଥୁନ ହୋଇଥାଏ, ତାହେଲେ ସବୁଜ ରଙ୍ଗର ରାଖି ବାନ୍ଧିବା ଶୁଭ ହୋଇଥାଏ।

କର୍କଟ : ଏହି ରାଶିର ବ୍ୟକ୍ତିଙ୍କୁ ଧଳା ରଙ୍ଗର ରାଖି ବାନ୍ଧିବା ଉଚିତ।

ସିଂହ : ଯଦି ଆପଣଙ୍କ ଭାଇଙ୍କ ରାଶି ସିଂହ, ତାହେଲେ ତାଙ୍କୁ ହଳଦିଆ ରଙ୍ଗର ରାଖି ବାନ୍ଧନ୍ତୁ।

କନ୍ୟା : ଏହି ରାଶିର ବ୍ୟକ୍ତିଙ୍କ ଭଉଣୀ ନିଜ ଭାଇ ହାତରେ ସବୁଜ ରଙ୍ଗର ରାଖି ବାନ୍ଧନ୍ତୁ।

ତୁଳା : ଯଦି ଆପଣଙ୍କ ରାଶି ତୁଳା, ତାହେଲେ ନୀଳ କିମ୍ବା ଧଳା ରଙ୍ଗର ରାଖି ବାନ୍ଧନ୍ତୁ।

ବିଛା – ଏହି ରାଶିର ବ୍ୟକ୍ତି ଥିବା ଭାଇଙ୍କୁ ଗୋଲାପୀ ରଙ୍ଗର ରାଖି ବାନ୍ଧନ୍ତୁ।

ଧନୁ – ଯଦି ଆପଣଙ୍କ ରାଶି ଧନୁ ତାହେଲେ ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।

ମକର – ଆପଣଙ୍କ ଭାଇ ଜୀବନରେ ସବୁବେଳେ ଶୁଭ ଆଣିବାକୁ ଆପଣ ତାଙ୍କ ହାତରେ ନୀଳ ରଙ୍ଗର ରାଖି ବାନ୍ଧନ୍ତୁ।

କୁମ୍ଭ – ଏହି ରାଶିର ଭାଇ ଥିବା ଭଉଣୀ ନିଜ ଭାଇଙ୍କୁ ଡିପ୍‌ ଗ୍ରୀନ ରଙ୍ଗର ରାଖିବା ଉଚିତ।

ମୀନ – ଯଦି ଆପଣଙ୍କ ଭାଇଙ୍କ ରାଶି ମୀନ, ତାହେଲେ ଆପଣ ତାଙ୍କୁ ସବୁଜ ରଙ୍ଗର ରାଖି ବାନ୍ଧିପାରିବେ।

Leave a comment