ରାଜ୍ୟସଭା ନିର୍ବାଚନ : ଜୁନ୍ ୨ ଯାଏଁ ନାମାଙ୍କନ ପତ୍ର ଦାଖଲ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା। ଆଜିଠୁ ଜୁନ୍ ୨ ତାରିଖ ଯାଏଁ ନାମାଙ୍କନ ଦାଖଲ ।

ସୁବାସ ସିଂ କଟକ ମେୟର ହେବା ପରେ ରାଜ୍ୟସଭାରୁ ଇସ୍ତାଫା ଦେଇଥିଲେ । ତେଣୁ ଉପନିର୍ବାଚନ ହେବାକୁ ଯାଉଛି। ଜୁନ 2 ତାରିଖ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ପୂର୍ବରୁ 3 ଟି ରାଜ୍ୟସଭା ଆସନ ଲାଗି ନୋଟିଫିକେସନ ହୋଇଥିଲା । ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ରିଟର୍ଣ୍ଣିଂ ଅଫିସର ଓ ଗଙ୍ଗାଧର ମଲ୍ଲିକଙ୍କୁ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଯେଉଁମାନେ ଆବେଦନ କରିବାକୁ ଚାହିଁବେ ସେମାନେ ବିଧାନସଭାରେ ପ୍ରସ୍ତୁତ ହୋଇଥିବା ନିର୍ବାଚନ କକ୍ଷରୁ ଆସି ସେମାନଙ୍କର ଫର୍ମ ନେବା ସହ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।
ସେପଟେ ରାଜ୍ୟସଭା ପାଇଁ ନିର୍ବାଚନ ହେଉଥିବା 4 ଆସନ ବିଜେଡି ଖାତାକୁ ଯାଉଥିଲେ ବି, କିଏ ଯିବ ରାଜ୍ୟସଭା ସେ କାର୍ଡ଼ ଖୋଲିନାହାନ୍ତି ସୁପ୍ରିମୋ । ତେଣୁ ଆଶାୟୀ ଦୌଡରେ ଥିବା ତଥା ପାଓ୍ବାର କରିଡରରେ ଲବି ଚଳାଇଥିବା 40ରୁ ଅଧିକ ନେତାଙ୍କ ଚିନ୍ତା ବଢିବା ସହ ଛାତିରେ ଛନକା ପଶିଛି ।

ଆଉ 2024 କୁ ଲକ୍ଷ୍ୟ ରଖି ବିଜେଡି ରାଜ୍ୟସଭା ଅଙ୍କ କଷୁଥିବାରୁ ମହିଳାଙ୍କ ସମେତ ସଙ୍ଗଠନରେ ଆନୁଗତ୍ୟ ରଖୁଥିବା କିଛି ନେତାଙ୍କୁ ଦଳ ରାଜ୍ୟସଭା ପଠାଇପାରେ ବୋଲି ବି ଚର୍ଚ୍ଚା ହେଉଛି । ଯେଉଁଥିରେ ଆଗରେ ରହିଛନ୍ତି ସୁଲତା ଦେଓ ଏବଂ ଲେଲିନ ମହାନ୍ତି । ଏହାବାଦ୍ ପ୍ରଦୀପ ମାଝୀ, ମାନସ ମଙ୍ଗରାଜ, ଶ୍ରୀମୟୀ ମିଶ୍ର, କଳିକେଶ ସିଂଙ୍କ ସମେତ ପ୍ରାୟ 40 ରୁ ଅଧିକ ନେତା ଲବି ଚଳାଇଛନ୍ତି ।

Leave a comment