ରଜନୀକାନ୍ତ ସିଂ ଉପବାଚସ୍ପତି ନିର୍ବାଚିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଧାନସଭା ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଅନୁଗୋଳ ବିଜେଡି ବିଧାୟକ ରଜନୀକାନ୍ତ ସିଂ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ବିରୋଧୀ ଦଳ ପକ୍ଷରୁ ଉପବାଚସ୍ପତି ନାମାଙ୍କନ ସକାଶେ କୌଣସି ପ୍ରାର୍ଥୀ ଦିଆଯାଇ ନ ଥିଲା । ରଜନୀକାନ୍ତଙ୍କୁ ଉପବାଚସ୍ପତି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ । ତାଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମର୍ଥନ ଜଣାଇଥିଲେ । ଏହାପରେ ବାଚସ୍ପତି ସୂର୍ଯ୍ୟ ପାତ୍ର ରଜନୀକାନ୍ତଙ୍କୁ ଉପବାଚସ୍ପତି ଘୋଷଣା କରିଛନ୍ତି ।
ଅପରପକ୍ଷରେ ଆଜି ମଧ୍ୟ ଚାଷୀ ସମସ୍ୟା ଓ ଫନି ଥଇଥାନ ପ୍ରସଙ୍ଗ ଏବଂ ଫନି ପୁନରୁଦ୍ଧାର ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇପାରେ । ଗତକାଲି କାଳିଆ ଟଙ୍କା ଓ ଚାଷୀ ସଂଖ୍ୟାକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ମୋଟ ଚାଷୀ ୫୭ ଲକ୍ଷ ହୋଇଥିଲା ବେଳେ କାଳିଆ ଯୋଜନାରେ କିପରି ୭୫ ଲକ୍ଷ ଚାଷୀଙ୍କୁ ସରକାର ଚିହ୍ନଟ କଲେ ତା’ର ହିସାବ ସରକାର ତୁରନ୍ତ ରଖିବା ଆବଶ୍ୟକ ବୋଲି ବିରୋଧୀ ଶାସକ ଦଳକୁ ଘେରିଥିଲେ ।