ଗିରଫ ହେବେ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଖୁବ୍‌ଶୀଘ୍ର ଗିରଫ କରିପାରେ ସିବିଆଇ । ଶାରଦା ଚିଟ୍‌ଫଣ୍ଡ ଘୋଟାଲାରେ ତଦନ୍ତ ବେଳେ ଏହି ଆଇପିଏସ ଅଫିସର ରାଜୀବ ପ୍ରମାଣ ନଷ୍ଟ କରିଥିବା ସିବିଆଇ ଦର୍ଶାଇଥିଲା । ତେବେ ସୁପ୍ରିମକୋର୍ଟ ଫେବୃଆରୀ ୫ ତାରିଖରେ ରାଜୀବଙ୍କ ଗିରଫ ନ କରିବାକୁ ଆଦେଶ ଦେବା ସହ ସିବିଆଇକୁ ତଦନ୍ତରେ ସହଯୋଗ କରିବାକୁ ରାଜୀବଙ୍କୁ ଆଦେଶ ଦେଇଥିଲେ । ମାତ୍ର ଉକ୍ତ ଆଦେଶ ଚଳିତ ମାସ ୧୭ ତାରିଖରେ ସୁପ୍ରିମକୋର୍ଟ ପ୍ରତ୍ୟାହାର କରିନେଇଥିଲେ ।

ଗିରଫଦାରୀରୁ ସୁରକ୍ଷା ଦେଇଥିବା ଆଦେଶର ଅବଧି ବଢ଼ାଇବା ପାଇଁ ରାଜୀବ କୁମାର ପୁନର୍ବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ଏହା ଖାରଜ ହୋଇଯାଇଛି ।  ତେବେ ରାଜୀବ କୁମାରଙ୍କୁ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ୭ ଦିନ ସମୟ ଦେଇଥିଲେ ସୁପ୍ରିମକୋର୍ଟ । ଯାହର ଅବଧି ଚଳିତ ଆସନ୍ତା ୨୪ ତାରିଖରେ ଶେଷ ହେଉଛି । ଯଦି ଏହାରି ଭିତରେ ରାଜୀବଙ୍କୁ ଆଗୁଆ ଜାମିନ ନ ମିଳେ, ତା’ହେଲେ ସିବିଆଇ ତାଙ୍କୁ ଗିରଫ କରିପାରିବ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

Leave a comment