ରାଜେଶ ବର୍ମା ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ରେ ଶେଷ ହେବାକୁ ଥିଲା । ମାତ୍ର ଏହାକୁ ୬ମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେଣୁ ଏବେଠାରୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ ସେନେଇ ପ୍ରଶାସନିକ କରିଡରରେ ଚର୍ଚ୍ଚା ଜୋର ଧରିଲାଣି । ଏହି ରେସରେ ରାଜେଶ ବର୍ମା ଏବଂ ଏସଆରସି ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ନାଁ ସର୍ବାଗ୍ରେ ଥିବା ଶୁଣିବାକୁ ମିଳୁଛି ।

କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଓଡ଼ିଶା-କ୍ୟାଡର ଆଇଏଏସ୍ ଅଧିକାରୀ ରାଜେଶ ବର୍ମା କେନ୍ଦ୍ରୀୟ ପ୍ରତିନିଧୀତା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ଭାବରେ ଦାୟିତ୍ବ ତୁଲାଇ ସାରିଛନ୍ତି । ସେ ଶକ୍ତି ବିଭାଗର ମୁଖ୍ୟ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଦାୟିତ୍ବ ତାଙ୍କୁ ଦିଆଯିବା ନେଇ ଏକ ପ୍ରକାର ସୁନିଶ୍ଚିତ ଥିବା ଚର୍ଚ୍ଚା ହେଉଛି ।

ଅପରପକ୍ଷରେ ଆଇଏଏସ ପ୍ରଦୀପ କୁମାର ଜେନା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦ ପାଇଁ ଜଣେ ପ୍ରମୁଖ ଦାବିଦାର । ସେ ଜଣେ ଦକ୍ଷ ପ୍ରଶାସକ । ବିପର୍ଯ୍ୟୟ ପରିଚାଳନା ସହ ଭାରତ ସରକାର, ନ୍ୟାସନାଲ ସାଇକ୍ଲୋନନ୍ ରିସ୍କ୍ ମିଟିଗେସନ୍ ଏବଂ ଓଡିଶା ବିପର୍ଯ୍ୟୟ ପୁନଃ ନିର୍ମାଣ ପ୍ରକଳ୍ପ ଭଳି ବିଶ୍ୱ ବ୍ୟାଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ପ୍ରକଳ୍ପ ସହିତ ମଧ୍ୟ ଶ୍ରୀଯୁକ୍ତ ଜେନା ସମନ୍ୱୟ ରକ୍ଷା ଦାୟିତ୍ୱ ବର୍ତ୍ତମାନ ତୁଲାଉଛନ୍ତି ।

ପୂର୍ବରୁ କିଛି ଅଣଓଡ଼ିଆ ମୁଖ୍ୟ ଶାସନ ସଚିବ ପଦବୀରେ ଥିଲେ । ମାତ୍ର ଜାନକୀ ବାବୁ ଏସ. ଏନ. ପଟ୍ଟନାୟକଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ପ୍ରଦାନ କରି ଅଣଓଡ଼ିଆ ପରମ୍ପରାକୁ ପରିବର୍ତ୍ତନ କରିଥିଲେ । ଯାହାକି ଆଜି ପର୍ଯ୍ୟନ୍ତ ଚାଲୁ ରହିଛି । ୧୯୮୦ରୁ କେବଳ ଓଡ଼ିଆ ମୁଖ୍ୟ ଶାସନ ସଚିବ ରହିବା ପରମ୍ପରା ଚାଲୁ ରହିଛି । ଏଥର କଣ କଟି ଯିବକି ପରମ୍ପରା ଏହାକୁ ନେଇ ପ୍ରଶାସନିକ କରିଡରରେ ଚର୍ଚ୍ଚା ଜୋର ଧରିଲାଣି ।

Leave a comment