ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଆଜି ନିଆଁ ଲାଗି ଯାଇଥିଲା । ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ରାଜଧାନୀ ଏକ୍ସପ୍ରେସରେ ଟ୍ରେନର ଶେଷକୁ ଥିବା ଜେନେରେଟର ବଗିରେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଟ୍ରେନରୁ ଜେନେରେଟର ବଗିକୁ ଅଲଗା କରାଯାଇଥିଲା ।

ନିଆଁ ଲିଭାଇବାକୁ ୩ଟି ଦମକଳ ଗାଡ଼ି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ନିଆଁରେ ଟ୍ରେନର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।

Leave a comment