ଶୀତଳଷଷ୍ଠୀ ପାଇଁ ଥାଳ ଉଠା
ସମ୍ବଲପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ହେଉଛି ଅକ୍ଷୟ ତୃତୀୟା । ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆରମ୍ଭ । ଆଜିର ଦିନରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହରର ସମସ୍ତ ଶିବାଳୟ ଗୁଡ଼ିକରୁ ଥାଳଉଠା କାର୍ଯ୍ୟକ୍ରମ ହୋଇଥାଏ । ଆଜି ଅପରାହ୍ନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ଶୀତଳଷଷ୍ଠୀ ଯାତ୍ରା ପାଇଁ କନ୍ୟା ପିତା ମାତା ଚୟନ ହେବା ସହ ଶୀତଳଷଷ୍ଠୀ ଯାତ୍ରା ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଥାଏ ।
ସଂପୁର୍ଣ୍ଣ ଲୋକାଚାରରେ ସମ୍ବଲପୁରରେ ହୋଇ ଆସୁଥିବା ଶିବ ପାର୍ବତୀ ବିବାହ ବା ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ହେଉଛି ଥାଳଉଠା ପରମ୍ପରା । ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ତିଥିରୁ ଏହି ଥାଳଉଠା ପରମ୍ପରା ସମ୍ପନ୍ନ ହୋଇଥାଏ । ଆଜି ଅପରାହ୍ନରେ କେବଳ ବିିଧି ସମ୍ବଲପୁରର ପ୍ରମୁଖ ଶିବାଳୟ ଯଥା ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର,ଝାଡ଼ୁଆପଡ଼ାର ଲୋକନାଥ ବାବା ମୋଦିଡ଼ାର ଜାଗେଶ୍ୱର ବାବାଙ୍କ ସମେତ ସମସ୍ତ ଯାତ୍ରା କମିଟିର ଅକ୍ଷୟ ତୃତୀୟା ତିଥିରେ ଥାଳଉଠା ଜିବାର କାର୍ଯ୍ୟକ୍ରମ ରହିଛି ।
ଏହି ଦିନ ପାରମ୍ପାରିକ ପୁଜାର୍ଚ୍ଚନା ପରେ ଯାତ୍ରା କମିଟିର ମାତା ପାର୍ବତୀଙ୍କର ପିତା ମାତା ଚୟନ କରିଥାନ୍ତି । ଏହା ପରେ ଦେବ ବିବାହ ପାଇଁ ଦକ୍ଷୀଣା ବା ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟ ପଡ଼ା ପଡ଼ା ତଥା ଘର ଘର ବୁଲି ପାଣ୍ଠି ସଂଗ୍ରହ କରାଯାଇଥାଏ ।