ବର୍ଷାଦିନେ କେମିତି ରହିବେ ସୁସ୍ଥ, ଜାଣନ୍ତୁ ଆୟୁରର୍ବେଦ ଡାକ୍ତରଙ୍କ କେତୋଟି ଟିପ୍ସ

ବର୍ଷା ଦିନେ ସାଧାରଣତଃ ଖାଦ୍ୟ ଓ ଜଳରୁ ଜାତ ରୋଗ ହୋଇଥାଏ । ଟାଇଫଏଡ୍, କଲେରା, ଫ୍ଲୁ ଭଳି ବହୁ ରୋଗ ବର୍ଷାଦିନରେ ଆକ୍ରାନ୍ତ କରିଥାଏ । ବର୍ତ୍ତମାନ ପୁଣି କରୋନା ଯୋଗୁ ଏହି ଡର ଅଧିକ ଭାବେ ଲୋକଙ୍କୁ ଘାରିଛି । ଖରା ପରେ ବର୍ଷା ଋତୁ ହଜମ ଓ ପ୍ରତିରୋଧକ ଶକ୍ତିରେ ଅସୁବିଧା ସୃଷ୍ଟି କରିଥାଏ । ତେବେ ଏହି ସମୟରେ କିପରି ନିଜକୁ ସୁରକ୍ଷିତ ରଖିହେବ ସେ ସମ୍ପର୍କରେ ଜଣେ ଆୟୁରର୍ବେଦ ଡାକ୍ତର କ’ଣ କହୁଛନ୍ତି ଆସନ୍ତୁ ଜାଣିବା-
ପ୍ରତିରୋଧକ ଶକ୍ତି ବଢ଼ାଇବା ଚଟ୍ନୀ
ବର୍ଷା ଋତୁରେ ସାଧାରଣତଃ ପ୍ରତିରୋଧକ ଶକ୍ତି କମ୍ ଥାଏ । ତେଣୁ ଏହି ସମୟରେ ଏମିତି ଏକ ଚଟ୍ଣୀ ଘରେ ତିଆରି କରି ଖାଇପାରିବେ ଯାହା ଆପଣଙ୍କ ହଜମ କ୍ରିୟାକୁ ମଜଭୁତ କରିବା ସହ ପ୍ରତିରୋଧକ ଶକ୍ତି ବଢ଼ାଇ ପାରିବ ।
ଆବଶ୍ୟକୀୟ ସାମଗ୍ରୀ : ୨ ଇଞ୍ଚ କଟା ହୋଇଥିବା ଅଦା ଚଟ୍ନୀ, ୨ ଚାମଚ ଲେମ୍ବୁ ରସ, କିଛି ମହୁ କିମ୍ବା ଗୁଡ଼, ଚିମୁଟାଏ ଲୁଣ, ଚିମୁଟାଏ କଳା ମରିଚ ଗୁଣ୍ଡ
ପ୍ରସ୍ତୁତି ବିଧି
ସମସ୍ତ ସାମଗ୍ରୀକୁ ମିଶାଇ ଏକ ଏୟାର ଟାଇଟ୍ ପାତ୍ରରେ ରଖି ଫ୍ରିଜ୍ରେ ରଖନ୍ତୁ ।
ଗୋଟିଏ ଚାମଚ ଏହି ଚଟନୀକୁ ପାଣିରେ ମିଶାଇ ଦିନକୁ ୩/୪ ଥର ଖାଆନ୍ତୁ । ଯଦି ଆପଣ ଏହି ଚଟ୍ନୀକୁ ଭଲ ନ ପାଆନ୍ତି । ଏହାକୁ ଚା’ ପରି ପ୍ରସ୍ତୁତି କରି ପିଇ ପାରନ୍ତି । ଯାହାକି ଆପଣଙ୍କ ହଜମ କ୍ରିୟାକୁ ମଜଭୁତ୍ କରିବା ସହ ଇମ୍ୟୁନିଟିକୁ ମଧ୍ୟ ବଢ଼ାଇବ ।
କେଉଁ ଖାଦ୍ୟ ଉପକାରୀ
ନିରାମିଷ ଖାଦ୍ୟ ବର୍ଷା ଦିନ ପାଇଁ ବହୁତ ଭଲ । ବିଶେଷ କରି ମୁଗ ଡାଲି ଏହି ଋତୁରେ ଖାଇଲେ ଦେହ ପାଇଁ ଉପକାରୀ ହୋଇଥାଏ । ମଝିରେ ମଝିରେ ଉପବାସ ମଧ୍ୟ ଦେହ ପାଇଁ ଭଲ ହୋଇଥାଏ ।