ସ୍କୁଲ ପିଲାଙ୍କ ପରେଡ଼ ପାଇଁ ବାଧକ ସାଜିଲା ବର୍ଷା

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସନ୍ତା କାଲି ସ୍ୱାଧୀନତା ଦିବସରେ ହେବାକୁ ଥିବା ପରେଡ୍‌ ରେ ସ୍କୁଲ ପିଲା ଙ୍କୁ ଭାଗ ନେବାକୁ ବାରଣ କରାଯାଇଛି । କାରଣ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏସମ୍ୱନ୍ଧରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ସବୁ ଆର୍‌ଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛନ୍ତି । ଅପରପକ୍ଷରେ ପାରା ମିଲିଟାରୀ ଫୋର୍ସ ଓ ପୁଲିସ ଏହି ପରେଡ଼ରେ ଭାଗ ନେବେ ବୋଲି ଚିଠିରେ ଦର୍ଶାଯାଇଛି । ସ୍ୱାଧୀନତା ଦିବସ ପାଳନ ବେଳେ ସମ୍ଭାବ୍ୟ ବର୍ଷା ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ମଧ୍ୟ କୁହାଯାଇ ଥିବାବେଳେ ସ୍କୁଲ ଗୁଡ଼ିକରେ ସ୍ୱାଧୀନତା ଦିବସ ପରେଡ୍‌ରେ ପିଲାମାନଙ୍କ ସାମିଲ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ।

Leave a comment