ମିଜୋରାମରେ ଭୂସ୍ଖଳନ, ୪ ମୃତ

ଓଡ଼ିଶାଫାଷ୍ଟ (ବ୍ୟୁରୋ): ମିଜୋରାମର ଆଇଜୋଲ୍ରେ ଭୂସ୍ଖଳନରେ ଏକ କୋଠା ଭୁଷୁଡି ୪ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ଫଳରେ ଆଉ ୨ଜଣ ଆହତ ହୋଇଛନ୍ତି । ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାନୁଯାୟୀ, ବର୍ଷା ହେବା କାରଣରୁ ଭୂସ୍ଫଳନରେ ଆସାମ ଷ୍ଟାଇଲ୍ ଆର୍କିଟେକଚରରେ ତିଆରି ଏକ ବିଲଡିଂ ଭାଙ୍ଗି ପଡ଼ିଥିଲା , ଯେଉଁଥିରେ ଗୋଟିଏ ପରିବାରର ୭ଜଣ ସଦସ୍ୟ ରହୁଥିଲେ । ଘଟଣା ସମୟରେ ପରିବାରର ୭ଜଣଙ୍କ ମଧ୍ୟରୁ ୬ସଦସ୍ୟ ଘରେ ହିଁ ଉପସ୍ଥିତ ଥିଲେ । ୩ରୁ ୧୬ ବର୍ଷ ବୟସ ଭିତରେ ଥିବା ୪ଜଣ ପିଲାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି ।