କାଲିଠୁ ପୁଣି ଭିଜିବ ଓଡ଼ିଶା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲିଠୁ ରାଜ୍ୟକୁ ପୁଣି ଫେରିବ ବର୍ଷା । ଲଗାତାର ଚାରି ଦିନ ଶୀତ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗି ରହିଥିଲା । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନବରଙ୍ଗପୁର ଓ କୋରାପୁଟରେ ଘନ କୁହୁଡି ପଡିବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଏହାସହ ଦକ୍ଷିଣ ଆଭ୍ୟନ୍ତରୀଣ ସମେତ ଉପକୂଳବର୍ତ୍ତୀ ଓଡିଶାର କିଛି ଜିଲ୍ଲାରେ ହାଲୁକା କୁହୁଡି ଦେଖାଦେବ । ତେବେ କାଲିଠୁ କୁହୁଡ଼ଇ କମିବା ସହ କାଁ ଭାଁ କରିଲକ୍ଷିତ ହେବ । ଏହା ସହିତ ସମ୍ଭାବ୍ୟ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତାକାଲିଠୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।