ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ହୋଇପାରେ ବର୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ଆସୁଛି ଆଉ ଏକ ଲଘୁଚାପ । ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସମ୍ଭାବନା । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଓ୍ବେଲମାର୍କ ଲୋ ପ୍ରେସରର ରୂପ ନେବ । ଘନିଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ହେବ । ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଚଳିତ ମାସ ପ୍ରଥମ ସପ୍ତାହରେ ଲଘୁଚାପର ପ୍ରଭାବ ଓଡ଼ିଶାରେ ରହିଥିବାବେଳେ ଏବେ ପୁଣି ସମୁଦ୍ରର ଦାନା ବାନ୍ଧିଛି ଆଉ ଏକ ଲଘୁଚାପ । ଏହି ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ପ୍ରର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ।