ଓଡିଶା ପାଇଁ ୧୦ ହଜାର ୫୮୬ କୋଟିର ରେଳ ଅନୁଦାନ

0

ଓଡିଶା ପାଇଁ ୧୦ ହଜାର ୫୮୬ କୋଟିର ରେଳ ଅନୁଦାନ । ପ୍ରେସମିଟ କରି ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଲୱେ ପାଇଁ ୨ ଲକ୍ଷ ୬୨ ହଜାର କୋଟି ଟଙ୍କା ମିଳିଛି । ଓଡିଶା ପାଇଁ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କା । ୟୁପିଏ ତୁଳନାରେ ୧୨ ଗୁଣା ଅଧିକ ଟଙ୍କା ମିଳିଛି । ୟୁୁପିଏ ସମୟରେ ଓଡିଶାକୁ ୮ଶହ ୩୮ କୋଟି ଟଙ୍କା ମିଳୁଥିଲା ।

ଓଡିଶାରେ ୪୦ଟି ରେଳ ପ୍ରକଳ୍ପ କାମ ଚାଲିଛି । ପ୍ରକଳ୍ପରେ ୫୪ ହଜାର ୪୩୪ କୋଟି ଟଙ୍କା ନିବେଶ ହେବ । ଓଡିଶାରେ ଶତପ୍ରତିଶତ ବିଦ୍ୟୁତକରଣ ହୋଇଛି । ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର/ ଅଣ୍ଡରପାସ ନିର୍ମାଣ ହୋଇଛି । ରାଜ୍ୟର ୫୯ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ କରାଯାଉଛି ।

Leave a comment