ରାଇଘର, ଉମରକୋଟ ବ୍ଲକ ଗସ୍ତରେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଆଜି ରାଇଘର, ଉମରକୋଟ ବ୍ଲକ ଗସ୍ତ କରିଛନ୍ତି । ସେଠାରେ ଶ୍ରୀ ଦାସବର୍ମା କୋଭିଡ ସ୍ଥିତି ବୁଝିବା ସହ କୃଷି, ମହିଳା ସଶକ୍ତି କରଣ ଓ ଅନ୍ୟାନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଏହି ଗ୍ରସ୍ତ ସମୟରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ସହ ନବରଙ୍ଗପୁର ସାଂସଦ ରମେଶ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗର୍ଗ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରୀଗାଁ ବିଧାୟକ ପ୍ରକାଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉପଜିଲ୍ଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ, ଜିଲ୍ଲା ପରିଷଦ ଓ ସଭାପତି ଭଗବତୀ ବତ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment