ରାତି ଅଧରେ ବାର୍ ଉପରେ ରେଡ୍
ସନ୍ ଗ୍ରୀନ୍ ବାର୍ କୁ ଅବକାରୀ ବିଭାଗ କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାତି ଅଧରେ ବାର୍ ଉପରେ ରେଡ୍ । ବିଳମ୍ବିତ ରାତି ଯାଏ ଚାଲିଥିଲା ବାର୍ ସନ୍ ଗ୍ରୀନ୍ । ଅଚାନକ ରେଡ୍ କଲା ଅବକାରୀ ବିଭାଗ । ସନ୍ ଗ୍ରୀନ୍ ବାର୍କୁ ଅବକାରୀ ବିଭାଗ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।
ଖାରବେଳନଗର ଥାନା ଅଧୀନରେ ଥିବା ସନ୍ ଗ୍ରୀନ୍ ବାର୍ରେ ବିଳମ୍ବିତ ରାତିରେ ମଦର ଆସର ଜମିବା ସହ ଚାଲିଥିଲା ମତୁଆଲା ନାଚଗୀତ । ଅବକାରୀ ହଠାତ୍ ପହଂଚି ରେଡ୍ କରିଥିଲା।