ଚୌକିଦାର ଚୋର, ନବୀନ ପଟ୍ଟନାୟକ ରିମୋଟ କଣ୍ଟ୍ରୋଲ କହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ।

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭବାନୀପାଟଣା ସଭାରେ ରାହୁଲ ଗାନ୍ଧୀଙ୍କ ସିଧାସଳଖ ଟାର୍ଗେଟ ରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି । ରାହୁଲ କହିଲେ ଚୌକିଦାର ଚୋର, ନବୀନ ପଟ୍ଟନାୟକ ରିମୋଟ କଣ୍ଟ୍ରୋଲ । ଚୌକିଦାର ଯାହାକହିବେ, ନବୀନ ସେଥିରେ ହଁ ଭରିବେ ।

ସୂଚନା ଅନୁଯାୟୀ, ଭବାନୀପାଟଣା ସଭାରେ ଗର୍ଜିଲେ ରାହୁଲ ଗାନ୍ଧୀ । କହିଲେ ଓଡ଼ିଶାରେ ଜମି, ଜଳ, ଜଙ୍ଗଲ ହଡପ ହେଉଛି । ଚାକିରୀ ମିଳୁନଥିବାରୁ ବାହାର ରାଜ୍ୟକୁ ଯିବାକୁ ପଡୁଛି । କଂଗ୍ରେସ ସବୁବେଳେ ଆପଣଙ୍କ ଅଞ୍ଚଳକୁ ସ୍ୱତନ୍ତ୍ର ଭାବରେ ଦେଖିଛି । କଂଗ୍ରେସ ଆଦିବାସୀ ଜମି ଓ ହକ ନିଶ୍ଚୟ ରକ୍ଷା କରିବ । ଆଦିବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଛତିଶଗଡ଼ରେ ଟାଟା ଫ୍ୟାକ୍ଟ୍ରି ବନ୍ଦ କରାଯାଇଛି । ଧାନ ଏମ.ଏସ.ପି ଛତିଶଗଡ଼ରେ ୨୫୦୦ ଏଠାରେ କେତେ ମିଳୁଛି । ନିୟମଗିରି ଆସିଥିଲି, ଆପଣଙ୍କ ସହ ଛିଡ଼ାହୋଇଥିଲି । ଆପଣଙ୍କ ଅଧିକାର ପାଇଁ ଛିଡାହେଲି, ତାକୁ ରକ୍ଷା କଲି ।

ଉଭୟ ମୋଦି ଓ ନବୀନ ଆପଣଙ୍କୁ ଅଣଦେଖା କରିଛନ୍ତି । ମୋଦି କୃଷକଙ୍କ ପାଇଁ ସବୁଠାରୁ ବଡ଼ ଘୋଷଣା କରି ଦୈନିକ ୧୭ ଟଙ୍କା ଦେଲେ । କିନ୍ତି ତାଙ୍କ ୧୫ ମିତ୍ରକୁ ୩ଲକ୍ଷ କୋଟି ଛାଡ଼ କରିଛନ୍ତି । ନରେନ୍ଦ୍ର ମୋଦି ବିଆରଜିଏଫ ପାଣ୍ଠି ହ୍ରାସ କରିଛନ୍ତି । ନରେନ୍ଦ୍ର ମୋଦି ତୁମକୁ ରଫେଲ ଦୁର୍ନୀତି ଦେଲେ । ନବୀନ ପଟ୍ଟନାୟକ ଆପଣଙ୍କୁ ଚିଟଫଣ୍ଡ ଭ୍ରଷ୍ଟାଚାର ଦେଲେ । ଏଭଳି ଭାରତ, ଏଭଳି ଓଡିଶା ଆମର ଦରକାର ନାହିଁ । କଂଗ୍ରେସ ଆସିଲେ ସର୍ବନିମ୍ନ ଆୟ ଦିଆଯିବ । ସବୁ ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଟଙ୍କା । ରିମୋଟ କଣ୍ଟ୍ରୋଲ ଫିଙ୍ଗନ୍ତୁ, କଂଗ୍ରେସକୁ ଭୋଟ ଦିଅନ୍ତୁ । ଓଡ଼ିଶାରେ କଂଗ୍ରେସ ଆସିଲେ ଧନ କୁଇଣ୍ଟାଲ ପିଛା ୨୬୦୦ କରିବ ।

ସେହିପରି ରାଉରକେଲା ସଭାରେ ଆଦିବାସୀଙ୍କ ସହ ନୃତ୍ୟ କରିବା ପରେ ଭବାନୀପାଟଣାରେ କହିଥିବା କଥା ପୁଣିଥରେ ଦୋହରାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ ୨୦୧୪ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦି ରାଉରକେଲା ବାସୀଙ୍କୁ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣର ପ୍ରତିଶୃତି ଦେଇଥିଲେ । ତାହା ଏପର୍ଯ୍ୟନ୍ତ ହୋଇପାରିଲନାହିଁ । ବ୍ରାହ୍ମଣି ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣର ପ୍ରତିଶୃତି ମଧ୍ୟ ପୂରଣ କଲେନି ମୋଦି । ରାଉରକେଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଲେ ଓଡ଼ିଶା ଗରିବ ନୁହେଁ, ଓଡ଼ିଶାର ଲୋକ ଗରିବ । ଓଡ଼ିଶାରେ ଜମି, ଜଳ, ଜଙ୍ଗଲ ହଡପ ହେଉଛି । ଏହା ଶିଳ୍ପପତିମାନଙ୍କୁ ବିକ୍ରି କରାଯାଉଛି । ଚାକିରୀ ମିଳୁନଥିବାରୁ ବାହାର ରାଜ୍ୟକୁ ଯିବାକୁ ପଡୁଛି ।

ନବୀନ ଓ ମୋଦି ଯୁଆଡେ ଯାଆନ୍ତି ମିଛ କୁହନ୍ତି । ୨୦୧୪ ନିର୍ବାଚନ ପୂର୍ବରୁ ମୋଦି ପ୍ରତିଶ୍ରୁତି ଦେଇଥିଲେ ତାଙ୍କ ସରକାର ଆସିଲେ ୨କୋଟି ଯୁବକଙ୍କୁ ନିଯୁକ୍ତି ଦେବେ, କେତେଜଣଙ୍କୁ ନିଯୁକ୍ତି ଦେଇଛନ୍ତି ? ଆହୁରି ମଧ୍ୟ କହିଥିଲେ ପ୍ରତି ଆକାଉଣ୍ଟ ରେ ୧୫ଲକ୍ଷ ଟଙ୍କା ଜମା କରାଯିବ । କେତେଜଣଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଛି ? କିନ୍ତୁ କଂଗ୍ରେସ ଯାହା କୁହେ ତାହା କରେ । ଆମେ କହିଥିଲୁ ସରକାରରେ ଆସିଲେ ୧୦ଦିନରେ କୃଷି ଋଣ ଛାଡ଼ କରିବୁ । ଆମ ସରକାର ହୋଇଥିବା ୩ଟି ରାଜ୍ୟରେ ୨ଦିନରେ କୃଷି ଋଣ ଛାଡ କରାଯାଇଛି । ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ଛତିଶଗଡ଼ ପରି ଜମି ଅଧିଗ୍ରହଣ ବିଲ ଲାଗୁ କରିବୁ । ଶିଳ୍ପ ଲାଇନ ଜମି ନେବାବେଳେ ସର୍ବ ସମ୍ମତି ନିଆଯିବ । ବଜାର ଦର ଠାରୁ ୪ ଗୁଣ ଅଧିକ ଜମି ମୂଲ୍ୟ ଦିଆଯିବା ସହ ୫ ବର୍ଷରେ ଶିଳ୍ପ ପ୍ରତିଷ୍ଠା ନହେଲେ ଜମି ଫେରସ୍ତ ମିଳିବ ।

Leave a comment