ନବୀନଙ୍କୁ ସମର୍ଥନ କଲେ ରାହୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣକୁ ନେଇ ଜୋର ଧରିଲା ରାଜନୀତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପାରିତ ହୋଇଥିବା ପ୍ରସ୍ତାବ କୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ କଂଗ୍ରେସର ସରକାର ଥିବା ରାଜ୍ୟ ଓ ମେଣ୍ଟ ସରକାର ଥିବା ରାଜ୍ୟ ଗୁଡିଙ୍କୁ ଏକ ଚିଠି ଲେଖି ଆଗାମୀ ସଂସଦ ଶୀତକାଳୀନ ଅଧିବେଶନରେ ମହିଳାଙ୍କ ପାଇଁ ଲୋକସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ଆରକ୍ଷଣ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ କହିଛନ୍ତି ।

ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ଆରକ୍ଷଣ ବିଲକୁ ସମର୍ଥନ କରିବାକୁ ଗତ ଜୁଲାଇ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚଠି ଲେଖିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେହିପରି ନଭେମ୍ବର ୨୦ରେ ଓଡିଶା ବିଧାନସଭା ଏବଂ ସଂସଦରେ ମହିଳାଙ୍କୁ ୩୩ ପ୍ରତିଶତ ଆରକ୍ଷଣ ପ୍ରସ୍ତାବକୁ ମଂଜୁରୀ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପାରିତ ହୋଇଥିବା ପ୍ରସ୍ତାବରେ ନଭେମ୍ବର ୧୯ରେ ଚର୍ଚ୍ଚା ହେବା ପରେ ଏହାକୁ ମଂଜୁର କରାଯାଇଥିଲା । ବିଧାନସଭାରେ ପାରିତ ପ୍ରସ୍ତାବକୁ ବିଜୁ ଜନତା ଦଳ, ବିରୋଧୀ କଂଗ୍ରେସ ଏବଂ ବିଜେପି ବିଧାୟକ ସମର୍ଥନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣକୁ ସମର୍ଥନ ଜଣାଇବା ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଥିବା ସାମ୍ନାକୁ ଆସିବ ପରେ । ଏବେ ରାହୁଲ କଂଗ୍ରେସ ଶାସିତ ଓ ମେଣ୍ଟଥିବା ରାଜ୍ୟରେ ଏହି ମହିଳା ଆରକ୍ଷଣ ପ୍ରସ୍ତାବକୁ ସମର୍ଥନ କରିବାକୁ ଚିଠି ଲେଖିଛନ୍ତି ।

ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ସମୟରେ ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ପାଖରେ ଏକ ସର୍ତ୍ତ ରଖିଥିଲେ । କହିଥିଲେ ଯଦି କେନ୍ଦ୍ର ସରକାର ସଂସଦରେ ତିନ ତଲାଖ ଏବଂ ନିକାହ ହଲାଲ ସହ ସମ୍ବନ୍ଧିତ ବିଲକୁ ସମର୍ଥନ କରିବେ ତେବେ ସରକାରଙ୍କୁ ମହିଳା ଆରକ୍ଷଣ ମାମଲାରେ କଂଗ୍ରେସର ସମର୍ଥନ କରିବାକୁ ପଡ଼ିବ । ଯାହାକୁ ନେଇ ବିଜେପି ଶିବିରରୁ ପ୍ରତିବାଦର ସ୍ୱର ଉଠିଥିଲା । କଂଗ୍ରେସ ମୂଲଚାଲ କରୁଛି ବୋଲି ମଧ୍ୟ ବିଜେପି ଅଭିଯୋଗ କରିଥିଲା ।

Leave a comment