ରାଫେଲ ଡିଲ ବିଚାରାଧୀନ ଥାଇ ଚୌକିଦାର ଚୋର ହେ କହିଥିବାରୁ, କ୍ଷମା ମାଗିଲେ ରାହୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଫେଲ ଡିଲରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିଲେ । ଯାହାକୁ ବିରୋଧ କରି ବିଜେପି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ବିଜେପିର ଆବେଦନକୁ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟଳୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ନୋଟିସ ଜାରି କରିଥିଲେ ।

ଆଜି ରାହୁଲ ସୁପ୍ରିମକୋର୍ଟଙ୍କ ନିକଟରେ ନିଜ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ନିର୍ବାଚନୀ ପ୍ରଚାର କରିବା ବେଳେ ଭାବପ୍ରବଣ ହୋଇ ସେ ଏପରି ବୟାନ ଦେଇଥିଲେ । ରାଫେଲ ଡିଲ ମାମଲାର ପୁନଃ ଶୁଣାଣି ହେବାକୁ ଥିବା ବେଳେ, ସର୍ବୋଚ୍ଚ ନ୍ୟାୟାଳୟ ମାନିଛନ୍ତି ଚୌକିଦାର ଚୋର ହେ ବୋଲି ରାହୁଲ କହିଥିଲେ ।

Leave a comment