ରାହୁଲଙ୍କ ଭାଷଣ ବଢାଇଲା ନିରଞ୍ଜନଙ୍କ ଟେନସନ, ଶୁଣନ୍ତୁ କଣ କହିଥିଲେ ରାହୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବରଗଡ଼ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ କଥାକୁ ଦୋହରାଇଛନ୍ତି । ଓଡ଼ିଶାରେ ପ୍ରାୟ ୫୦ହଜାର କୋଟି ଟଙ୍କାରୁ ଉର୍ଦ୍ଧ ଖଣି ଦୁର୍ନୀତି ହୋଇଛି । ରାଜ୍ୟ ସରକାର ତଥା ନବୀନ ପଟ୍ଟନାୟକ ତାହାକୁ ନିଜର କିଛି ବନ୍ଧୁ ମାନଙ୍କୁ ଅନୁକମ୍ପା ଆକାରରେ ଛାଡିଦେଇଛନ୍ତି । ଯାହା ଦ୍ୱାରା ଓଡ଼ିଶା ୫୦ କୋଟି ଟଙ୍କାର ରାଜସ୍ବ ହରାଇଛି । ଏହି ମନ୍ତବ୍ୟ ରାହୁଲ ଗାନ୍ଧି ବରଗଡ଼ ସଭାରେ ଦେଇଛନ୍ତି । ଯାହାକୁ ନେଇ କଂଗ୍ରେସ ରାଜନୀତିରେ ଚଳ ଚଞ୍ଚଳତା ଏବଂ ଭିର୍ଣ୍ଣ ଚର୍ଚ୍ଚା ଜୋର ଧଟିଛି । ଏହି କାରଣରୁ ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସରୁ ବିଦା କରାଯାଇଥିଲା । ସେ ଲଗାତାର ଭାବେ ଖଣି ଦୁର୍ନୀତିକୁ ଆଳ କରି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ସେହି ପିସିସି ସଭାପତି ବରଗଡ଼ର ସରସରା ପଡିଆରେ ମଞ୍ଚରେ ଉପସ୍ଥିତ ଥିବାବେଳେ ରାହୁଲଙ୍କ ଏପରି ବୟାନ ଭିର୍ଣ୍ଣ ସୂଚନା ଦେଉଛି ।

ସାଧାରଣତଃ କଂଗ୍ରେସ ଅଧ୍ୟକ୍ଷଙ୍କ ଭାଷଣ ପଢ଼ାଯିବା ପୂର୍ବରୁ ପିସିସି ବା ବିରୋଧୀ ଦଳର ନେତା ବା ଦଳ ର କିଛି ସଙ୍ଗଠକ ତାକୁ ଦେଖିଥାନ୍ତି । ସେଦିନ କଣ ରାହୁଲଙ୍କ ଭାଷଣ ନିରଞ୍ଜନଙ୍କୁ ଦେଖାଯାଇନଥିଲା । ନା ନିରଞ୍ଜନଙ୍କୁ ବ୍ରିଫ କରାଯାଇଥିଲା । ରାଜ୍ୟ କଂଗ୍ରେସର ନେତା ମାନେହିଁ ଭାଷଣ ତିଆରି କରିଛନ୍ତି । ନିରଞ୍ଜନଙ୍କୁ ଚାଲେଞ୍ଜ ଦେଲାଭଳି କାହାର ଶକ୍ତି କି ପଇସା କଂଗ୍ରେସିଆଙ୍କ ନହିଁ । କଂଗ୍ରେସରେ ଯେତେ ନେତା ଅଛନ୍ତି ନିରଞ୍ଜନ ସବୁଠାରୁ ପାଇସା ଵାଲା । ଏହି ୫୦ ହଜାର କୋଟି ତାଙ୍କର ଦୁର୍ନୀତି କଥା ରାହୁଲଙ୍କ ଭାଷଣରେ ଯୋଡ଼ାଯିବା ଏବେ ଚର୍ଚ୍ଚାର କାରଣ ହୋଇଛି । ନିରଞ୍ଜନ ଭିତରେ ରାଗିପାଚି ଲାଲ ହୋଇଛନ୍ତି । ଖୋଜୁଛନ୍ତି ସେହି ଲୋକକୁ । କିଏ ଏ ପଚାଶ ହଜାର କୋଟି ଟଙ୍କାର ଦୁର୍ନୀତି ବିଷୟ ରାହୁଲଙ୍କ ଭାଷଣରେ ଲେଖିଥିଲା । ଏହି ଭାଷଣ ଯେ ଭବିଷ୍ୟତରେ ନିରଞ୍ଜନଙ୍କ ପାଇଁ ଅନ୍ତରାୟ ସାଜିବ ଏହା କେବଳ ସମୟ ହିଁ କହିବ ।

ଠିକ ସେହିପରି ଶ୍ରୀକାନ୍ତଙ୍କ ଏହି କଥା ରାହୁଲ କହିବାପରେ ଏପର୍ଯ୍ୟନ୍ତ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ଦେଖାଯାଉ ରାହୁଲଙ୍କ ଏହି ସ୍ବୀକାରୋକ୍ତିକୁ ନେଇ କଣ ବୟାନ ଦେଉଛନ୍ତି । ତାଙ୍କ ବୟାନ ଉପରେ ମଧ୍ୟ ରାଜନୈତିକ ସମାଜର ନଜର ରହିବ । କାରଣ ଶ୍ରୀକାନ୍ତ ଜେନା ଦଳରୁ ବହିଷ୍କୃତ ହୋଇଥିଲେବି ଦୈନିକ ସମାଜର ଏକ ସଭାରେ ସେ ଶ୍ରୀକାନ୍ତଙ୍କ ମତକୁ ସମ୍ମାନ କରୁଛନ୍ତି ବୋଲି ରାହୁଲ ଜଣାଇଥିଲେ । ତେଣୁକରି ନିର୍ବାଚନ ପରବର୍ତ୍ତୀ ରାଜନୀତିରେ ଶ୍ରୀକାନ୍ତଙ୍କ କଂଗ୍ରେସ ପ୍ରତ୍ୟାବର୍ତନକୁ ଏଡାଇ ଦିଆଯାଇ ନପାରେ ବୋଲି ଅଲୋଚନା ହେଉଛି । ଦେଖିବାକୁ ବାକି ରହିଲା ରାହୁଲଙ୍କ ମନ୍ତବ୍ୟ ପରେ ଶ୍ରୀକାନ୍ତ କଣ କହୁଛନ୍ତି ।

Leave a comment