ବୋଲୱେଲରେ ରାହୁଲ : ଅଳ୍ପ ସମୟ ପରେ ଉଦ୍ଧାର କାର୍ଯ୍ୟ ଶେଷ ହେବ
ଛତିଶଗଡ଼ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବୋଲୱେଲରେ ନାବାଳକ ରାହୁଲ ଖସିପଡ଼ିବା ଘଟଣା । ରାହୁଲକୁ ଉଦ୍ଧାର କରିବାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏନଡିଆରଏଫ୍ ଟିମ୍ ପକ୍ଷରୁ ଉଦ୍ଧାର କରିବାକୁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଥିବା ବେଳେ ଆଉ ଅଳ୍ପ ସମୟ ପରେ ରାହୁଲକୁ ଉଦ୍ଧାର କରାଯାଇପାରେ ବୋଲି ଅନୁମାନ କରାଯାଉଛି । ଆଜିକୁ ଉଦ୍ଧାର କାର୍ଯ୍ୟ ୫ ଦିନରେ ପହଞ୍ଚିଛି । କଠିନ ପଥରର ଆସ୍ତରଣ ଥିବାରୁ ସୁଡ଼ଙ୍ଗ କରି ପିଲାଟିକୁ ବାହାରକୁ ଆଣିବାକୁ କଷ୍ଟ ହେଉଛି ।
ଏନେଇ ସ୍ଥାନୀୟ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ରାତିରୁ ରାହୁଲ କିଛି ଖାଇବା ଖାଇନାହିଁ । ଯାହା ଏନଡିଆରଏଫ୍ ପକ୍ଷରୁ ରାହୁଲକୁ କୁହାଯାଉଛି ରାହୁଲ ସେ ସବୁକୁ ଜାଣି ପାରୁଛି । ଆଖିପତା ହଲାଉଛି ବୋଲି କହିଛନ୍ତି ସ୍ଥାନୀୟ ଜିଲ୍ଲାପାଳ ।
ଅନ୍ୟପଟେ ଘଟଣାକୁ ନେଇ ରାହୁଲଙ୍କ ବାପା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୋ ପୁଅ ଫେରିବ ବୋଲି ମୋର ଆଶା ରହିଛି । ରାହୁଲକୁ ଉଦ୍ଧାର କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ଉଦ୍ଧାର ପାଇଁ ଯାହା କରିବା ଦରକାର ରହିଛି ତାହା କରୁଛି ପ୍ରଶାସନ । କେବଳ ପୁଅକୁ ପାଇବାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ରାହୁଲଙ୍କ ବାପା ।