ରାହୁଲ ଗାନ୍ଧୀ ଆଜି ପୁଣି ‘ଇଡି’ରେ ହାଜର ହେବେ

0

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ । ଇଡିର ଅଧିକାରୀମାନେ ପୁଣି ଥରେ ପଚରାଉଚରା କରିବେ ।

୩୦ ଘଣ୍ଟା ଧରି ପଚାରଉଚରା କରିଥିବା ବେଳେ ସନ୍ତୋଷ ଲାଭ କରିପାରି ନଥିବାରୁ ଆଜି ପୁଣି ଥରେ ଡାକିଛନ୍ତି । ଇଡି ଗତ ସୋମବାର ଠାରୁ ଲଗାତାର ୩ ଦିନ ପର୍ଯ୍ୟନ୍ତ ରାହୁଲଙ୍କୁ ପଚରାଉଚରା କରିଥିଲା। ଗତ ଶୁକ୍ରବାର ଦିନ ରାହୁଲଙ୍କୁ ପଚରାଉଚରା କରାଯିବାର ଥିଲା । କିନ୍ତୁ ରାହୁଲଙ୍କ ବ୍ୟକ୍ତିଗତ କାମ ଥିବାରୁ ଏହା ହୋଇପାରି ନଥିଲା । ପରେ ଇଡି ପକ୍ଷରୁ ନୂଆ ସମନ ଜାରି କରାଯାଇ ସୋମବାର ପଚରାଉଚରା କରିବା ପାଇଁ କୁହାଯାଇଛି ।

Leave a comment