୮ରେ ଓଡ଼ିଶା ଆସିବେ ରାହୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୮ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ । ସେ ବରଗଡ଼ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ପିସିସିର ଏକ ପ୍ରତିନିଧି ଦଳ ବରଗଡ଼ସ୍ଥିତ ସର୍କସ ପଡ଼ିଆ ଓ ସରସରା ନିକଟସ୍ଥ ପଡ଼ିଆଠାରେ ପହଞ୍ଚତ୍ ସ୍ଥିତି ଅନୁଧ୍ଞାନ କରିଛନ୍ତି । ରାହୁଲଙ୍କ ଗସ୍ତ ସମୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଏଆଇସିସି ସମ୍ପାଦକ ଶେଖ ମସ୍ତାନ ଅଲ୍ଲୀ ପ୍ରମୁଖ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।